ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ ପାଳିତ

ଜୟପାଟଣା, (ଶେଷ ଦେବ ବେହେରା) : ଜୟପାଟଣା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ ସ୍ଥାନୀୟ ହାତୀଶାଳ ପଡିଆଠାରେ ସମ୍ପନ୍ନ ହୋଇଯାଇଛି । ଏହି କ୍ରୀଡା ଉତ୍ସବରେ ଶତାଧିକ ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଉଦ୍‌ଘାଟନୀ ଉତ୍ସବରେ ବିଇଓ ପ୍ରେମ ନାରାୟଣ ପଣ୍ଡା ମୁଖ୍ୟ ଅତିଥିଭାବରେ ଯୋଗ ଦେଇଥିବା ବେଳେ ଅନୁଷ୍ଠାନ ସଭାପତି ସୁବାସ ଚନ୍ଦ୍ର ମୁଣ୍ଡ, ସମ୍ପାଦକ ସିଦ୍ଧାର୍ଥ ମିଶ୍ର, ନୃସିଂହ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ପୁରସ୍କାର ବିତରଣ ଉତ୍ସବରେ ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ବରିଷ୍ଠ ସାମ୍ବାଦିକ ଶେଷ ଦେବ ବେହେରା ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ । ଉପସଭାପତି ହେମନ୍ତ କୁମାର ମୁଣ୍ଡ, ସମ୍ପାଦକ ସିଦ୍ଧାର୍ଥ ମିଶ୍ର, ସାମ୍ବାଦିକ ଅଶ୍ରଫ ଅଲ୍ଲୀ, ପ୍ରଧାନ ଆଚାର୍ଯ୍ୟ ବିଶ୍ଵ ଜୀବନ ପାଢ଼ୀ, ରାମକୃଷ୍ଣ ଯୋଶୀ, ପ୍ରମୁଖ ଉପସ୍ଥିତ ଥିଲେ । ବରିଷ୍ଠ ଶିକ୍ଷକ ସୁଧାକର ପଣ୍ଡା ସଭା ପରିଚାଳନା କରିଥିଲେ ।

Leave A Reply

Your email address will not be published.