csstore

ବଲାଙ୍ଗିର ଜୟ କିଷାନ ଆନ୍ଦୋଳନର କର୍ମକର୍ତ୍ତାଙ୍କ ପକ୍ଷରୁ ସିଏସ୍‌ଓଙ୍କୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଜୟ କିଷାନ ଆନ୍ଦୋଳନର କର୍ମକର୍ତ୍ତାମାନେ ବେସାମରିକ ଯୋଗାଣ ଅଧିକାରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଦାବୀ ପତ୍ରରେ ଉଲ୍ଲେଖ ଅଛି ଯେ, କଟାବାଞ୍ଜି ସ୍ଥିତ ଶ୍ରୀ ଶ୍ୟାମଜୀ ପେଡ଼ି ପ୍ରୋସେସିଂ ମିଲସ ନାମରେ ବେଆଇନ ଭାବେ ବିଦ୍ୟୁତ ସଂଯୋଗ ହୋଇଛି । ଗୋଟିଏ ମିଲର୍ସର ଗୋଟିଏ ଉପଭୋକ୍ତା ହେବା କଥା କିନ୍ତୁ ବିଦ୍ୟୁତ ବିଭାଗର ଦୁର୍ନୀତି ଯୋଗୁଁ ଏବଂ ସିଏସ୍‌ଓ ବଲାଙ୍ଗିରଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଦୁଇଟି ମିଲସର ମାଲିକ ଗୋଟିଏ ଉପଭୋକ୍ତା ଆଇବିରେ ଚଲାଉଛନ୍ତି, ଯାହା ଧର୍ତବ୍ୟ ଅପରାଧ ଅଟେ । ସାଧାରଣ ଜନତାଙ୍କ ପାଇଁ ଆଇନ ଗୋଟିଏ ବାଟରେ ଓ ଧନିକ ଶ୍ରେଣୀର ଲୋକମାନଙ୍କ ପାଇଁ ଅନ୍ୟ ଆଇନ ରହିଛି । ଏଣୁ ଏହାର ତଦନ୍ତ ପାଇଁ ସଂଯୋଜକ ସତ୍ୟ ବନଛୋର ପୁର୍ଣ୍ଣଚନ୍ଦ୍ର ବିଶ୍ଵାଲ ନରେଶ ବାଗ ଓବିସି ମଞ୍ଚ ବଲାଙ୍ଗିର ସରୋଜ କୁମାର ମେଶ୍ଵା ପଶ୍ଚିମ ଓଡ଼ିଶା ସେବା ସଂଘର ସଭାପତି ରାଜେଶ ବଗର୍ତ୍ତୀ, ସପ୍ନା ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ଦାବୀ ଜଣାଇଛନ୍ତି ।

jayashree
Leave A Reply

Your email address will not be published.