csstore

ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଲଖନପାଲିଠାରେ ସରଧାପାଲୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବେଲାଳସେନ ଭୋଇଙ୍କୁ ଶିକ୍ଷକ ଜୀବନରୁ ଅବସର ନେବା ପରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରକାଳୀନ ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ଦିଲିପ ପାଠୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଦୁର୍ଯ୍ୟୋଧନ ପଶାୟତ, ଜୟରାମ ଧଳ, ଦିଲିପ ବେହେରା, ସ୍କୁଲର ପ୍ରଧାନ ଶିକ୍ଷକ ଗୋବିନ୍ଦଚନ୍ଦ୍ର ଭୋଇ, ସିଆର୍‌ସିସି ମନୋଜ କୁମ୍ଭାର ମଂଚାସୀନ ଥିଲେ । ସର୍ବପ୍ରଥମେ ମଂଚରେ ପ୍ରଭୂ ଗଣେଶଙ୍କ ପ୍ରତିମୂତ୍ତିରେ ମାଲ୍ୟାର୍ପଣ ସହ ଦୀପ ପ୍ରଜ୍ୱଳନ କରି ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ତାପରେ ଅତିଥିମାନଙ୍କୁ ଉପଢୌକନ ଦେଇ ସମ୍ମନୀତ କରାଯାଇ ଅତିଥି ପରିଚୟ ଓ ସ୍ବାଗତ ସମ୍ଭାଷଣ ପ୍ରଦାନ କରାଯାଇଥିଲା । ଅତିଥି ବୃନ୍ଦ ବିଦାୟୀ ଶିକ୍ଷକ ଶ୍ରୀ ଭୋଇଙ୍କୁ ତାଙ୍କ ଚାକିରି କାଳ ଭିତରେ ସେ ଜଣେ କର୍ମନିଷ୍ଠ ଶାନ୍ତଶୀଳ, ସମୟାନୁବର୍ତ୍ତିତା ସହ ପରୋପକାରୀ ଓ ମେଳାପି ଥିଲେ ବୋଲି ନିଜ ନିଜ ବକ୍ତବ୍ୟରେ କହଥିଲେ । ସଭା ପରିଚାଳନା ଧର୍ମରାଜ ପାତ୍ର କରିବା ବେଳେ ସଭା ଶେଷରେ ପ୍ରଧାନ ଶିକ୍ଷକ ଗୋବିନ୍ଦଚନ୍ଦ୍ର ଭୋଇଙ୍କ ପରାମର୍ଶ କ୍ରମେ ବ୍ଲକ ଉପସଭାପତି ସରୋଜିନୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ତାପରେ ସମସ୍ତ ଶିକ୍ଷକ ଓ ଅତିଥି ବୃନ୍ଦ ବିଦାୟୀ ପ୍ରଧାନ ଶିକ୍ଷକଙ୍କୁ ତାଙ୍କ ନିଜ ଗ୍ରାମ ଭରସୁଜାକୁ ନେଇ ତାଙ୍କ ବାସଭବନରେ ପହଂଚାଇଥିଲେ ।

jayashree
Leave A Reply

Your email address will not be published.