ବଲାଙ୍ଗିର ନିର୍ବାଚନ ମଣ୍ଡଳୀର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ମୀନା ଟେଣ୍ଟ ହାଉସ ପେଲେସ ଲାଇନଠାରେ ବଲାଙ୍ଗିର ନିର୍ବାଚନ ମଣ୍ଡଳୀର ପୌରାଞ୍ଚଳ ବିଜୁ ଜନତା ଦଳର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ପୌର ପରିଷଦ ଅନ୍ତର୍ଗତ ସମସ୍ତ ୱାର୍ଡର ବରିଷ୍ଠ ଯୁବ-ଛାତ୍ର ମହିଳା କର୍ମକର୍ତ୍ତାଙ୍କୁ ନେଇ ବିଶେଷ ପ୍ରଶିକ୍ଷଣ ଶିବିରରେ ସାମିଲ ହୋଇଥିଲେ । ଏହି ପ୍ରଶିକ୍ଷଣ ଶିବିରର ଉଦ୍ଦେଶ୍ୟ ଥିଲା ମୁଖ୍ୟମନ୍ତ୍ରୀଙ୍କ ବିଚାର ଧାରା ଏବଂ ତାଙ୍କର ଲକ୍ଷ୍ୟ କିପରି ଭାବରେ ସାଧାରଣ ଜନତାଙ୍କ ପାଖରେ ପହଞ୍ଚିବ ଏବଂ ଲୋକେ କିଭଳି ସମସ୍ତ ଯୋଜନାରେ ଉପକୃତ ହେବେ, ତାକୁ କିପରି ସମ୍ପାଦନ କରାଯିବ ସେହି ବିଷୟରେ କର୍ମକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ଵରରୁ ଆସିଥିଲେ ବିଶ୍ବ ପ୍ରତିପ ସାହୁ ଓ ସଞ୍ଜିବ ପୃଷ୍ଟି । ତାଙ୍କ ସହିତ ବଲାଙ୍ଗିରର ପୂର୍ବତନ ସାଂସଦ ତଥା ବର୍ତ୍ତମାନର ରାଜ୍ୟ ହାଉସିଂବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ଯୁବନେତା ଅର୍କେଷ ନାରାୟଣ ସିଂହଦେଓ ଏବଂ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଏହି ପ୍ରଶିକ୍ଷଣ ଶିବିରରେ କର୍ମକର୍ତ୍ତାଙ୍କୁ କର୍ମଠ ଓ କର୍ମ ତତ୍ପର ହେବାକୁ ଆହ୍ବାନ ଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ପୌର ପରିଷଦର ସମସ୍ତ ୱାର୍ଡର ବରିଷ୍ଠ ନେତୃବୃନ୍ଦ ଏବଂ ବିଜୁ ଜନତା ଦଳର ସମସ୍ତ କାଉନସିଲର ଉପସ୍ଥିତ ଥିବା ବେଳେ ବଲାଙ୍ଗିର ଜିଲ୍ଲାର ଯୁବ ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା ମଞ୍ଚ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.