ନୂଆ-ଓ, ଯୁବ ଓଡ଼ିଶା, ନବୀନ ଓଡ଼ିଶା ସାମାଜିକ କାର୍ଯ୍ୟାବଳୀର ପ୍ରଥମ ଦିନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ନୂଆ-ଓ, ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉପଲକ୍ଷେ ସାମାଜିକ କାର୍ଯ୍ୟାବଳୀର ପ୍ରଥମ ଦିବସ ଅଧ୍ୟକ୍ଷ ଡଃ ଲଳିତେନ୍ଦୁ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଅଛି । ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ଛାତ୍ରଛାତ୍ରୀମାନଙ୍କୁ ୧୦ଟି ଗୋଷ୍ଠୀରେ ଭାଗ କରି ଅଞ୍ଚଳ ମହାବିଦ୍ୟାଳୟ ପରିସରରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶତାଧିକ ଯୁକ୍ତ ଦୁଇ ଆଉ ତିନିର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ମେଜର ଡୋଳାମନି ପୁରୋହିତ, ଅମୂଲ୍ୟ କୁମାର ସାହୁ, ପିତାମ୍ବର ଗର୍ତିଆ ଏବଂ ସମାଜସେବୀ ନିରୋଜ୍ ଡୋରା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ନବକୃଷ୍ଣ ମିଶ୍ର, ଡଃ ସରୋଜ ନାଏକ, ଡଃ ବିରଞ୍ଚି ସାହୁ, ତାରା ପ୍ରସାଦ ଶତପଥୀ, ପ୍ରମୋଦ କୁମାର ତ୍ରିପାଠି, ଖଗେଶ୍ୱର ଦାସ, ସନ୍ତୋଷ କୁମାର ମିଶ୍ର, ପ୍ରମୋଦ କୁମାର ପାଣିଗ୍ରାହୀ, ମୋନାଲିସା ସ୍ୱାଇଁ, ଶ୍ରୀମତୀ ବୁନୀ ସାହୁ, ଜୟ କୁମାର ଭୁଏ, ସଞ୍ଜୟ ଟିଗା, ପ୍ରଶାନ୍ତ କୁମାର ସିଦାର, ଓମ୍ ପ୍ରକାଶ ସତ୍ନାମୀ, ଦେବାଶିଷ ସାହୁ, ଲଲାଟେନ୍ଦୁ ପ୍ରଧାନ, ଡଃ ଭେଙ୍କଟେଶ୍ୱର୍ ମେହେର, ସସ୍ମିତା ମେହେର, ରୀନ ଧର୍ମବିନାୟକ, ପଦ୍ମିନୀ ଡୋରା, ଚନ୍ଦ୍ରକାନ୍ତ ସୁନା, ମିଥୁନ ମେହେର, ବିଶ୍ୱରାଜ ପାତ୍ରଙ୍କ ସହ ସମସ୍ତ ଅଧ୍ୟାପକ-ଅଧ୍ୟାପିକା ସହଯୋଗ କରିଥିଲେ । ଏହି ଦିବସରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ-ଅଧ୍ୟାପିକାମାନଙ୍କ ସହ ଛାତ୍ରଛାତ୍ରୀ ବୃନ୍ଦ ଉପସ୍ଥିତ ଥିଲେ ।

Leave A Reply

Your email address will not be published.