ପ୍ରଧାନମନ୍ତ୍ରୀ ଆବାସ ଗୃହ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ଘୁନେଶ ଗ୍ରା:ପ: ଅନ୍ତର୍ଗତ ବର୍ଲା ଗାଁର ବୈଷ୍ଣବ ନାଗ ପ୍ରଧାନମନ୍ତ୍ରୀ ଆବାସ ଗୃହ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଥିବା ଜଣାପଡ଼ିଛି । ବର୍ତ୍ତମାନ ହିତାଧିକାରୀଙ୍କ ସ୍ତ୍ରୀ ମାନସିକ ରୋଗରେ ପୀଡ଼ିତା । ପୁଣି ଦୁଇ ନାବାଳିକା କନ୍ୟାଙ୍କୁ ନେଇ ଭଙ୍ଗା ଘରେ ଜୀବନ ଯାପନ କରି ଆସୁଛ‌ନ୍ତି । ଅଟକଳ ଅନୁସାରେ ୧ ଲକ୍ଷ ୩୦ହଜାର ଅନୁଦାନ ରାଶି ରହିଥିବା ବେଳେ କିସ୍ତି ଅର୍ଥ ମୋଟ ଏକ ଲକ୍ଷ ଟଙ୍କା ଠିକାଦାରଙ୍କୁ ଦେଇ ବୈଷ୍ଣବ ନାଗ ନିଜ ପରିବାର ସଦସ୍ୟମାନଙ୍କୁ ନେଇ ହାଇଦାରାବାଦ ଇଟା ଗଢି ଯାଇଥିଲେ । ଫେରି ଆସି ଦେଖିବାରୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି । ଏପଟେ ସ୍ତ୍ରୀ ଦୁରପତି ନାଗ ମାନସିକ ପୀଡ଼ିତା । ଅର୍ଥ ଅଭାବରୁ ବୈଷ୍ଣବ ନିଜ ପତ୍ନୀ ଦୁରପତିଙ୍କୁ ଚିକିତ୍ସା କରିପାରୁ ନାହିଁ । ଏପଟେ ଦୁଇ ନାବାଳିକା କନ୍ୟାଙ୍କ ଚିନ୍ତା । ବୈଷ୍ଣବ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଆବାସ ଗୃହଟିକୁ ଠିକା ଦେବାରୁ ବହୁତ ଅଭାବନୀୟ ଅବସ୍ଥାରେ ପଡିଛନ୍ତି । ଏନେଇ ଗାଁ ଲୋକେ ଦାବୀ କରିଛନ୍ତି ଏବଂ ଏଥିପ୍ରତି ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ କହିଛନ୍ତି ।

Leave A Reply

Your email address will not be published.