centurian jitm

ବ୍ଲକସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡାସମ୍ବର ବ୍ଲକ୍ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୩-୨୪ ବରିକେଲ୍ ସରକାରୀ ଉଚ୍ଚବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଉଦଘାଟନୀ ସମାରୋହରେ ବ୍ଲକ୍ ଶିକ୍ଷା ଅଧିକାରୀ ଲୋକନାଥ ଭୋଇ ସଭାପତିତ୍ୱ କରିଥିଲାବେଳେ ପଦ୍ମପୁର ଏନ୍ଏସି ଅଧ୍ୟକ୍ଷା ଶ୍ରୀମତୀ ସାବିତ୍ରୀ ବାଗ୍ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ଜ୍ୟୋତିକାନ୍ତ ସାହୁ, ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଶିବପ୍ରସାଦ ଯୋଶୀ, ରାମସିଂ ଭୋଇ ଓ ବରିକେଲ୍ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବଳ ଭୁଏ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ । ଅତିଥିମାନଙ୍କୁ ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେଲୋକବାଦ୍ୟ ଓ ଲୋକନୃତ୍ୟ ସହ ସ୍କୁଲ ସମ୍ମୁଖରୁ ମଞ୍ଚ ପର୍ଯ୍ୟ୍‌ନ୍ତ ପାଛୋଟି ଆଣି ଥିଲେ । ସଭାକାର୍ଯ୍ୟ ଆରମ୍ଭରୁ ମୁଖ୍ୟଅତିଥି ଙ୍କ ଦ୍ଵାରା ଦୀପ ପ୍ରଜ୍ଜଳନ କରାଯାଇଥିଲା । ବିଦ୍ୟାଳୟର ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତଗାନ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ରାଜେଶ ଖମାରୀ ଓ ମାନସ ଶତପଥୀ । ଏହି ପ୍ରଦର୍ଶନୀରେ ମୋଟ ୧୯୨ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ବିଚାରକ ଭାବେ ଭବାନୀ ଶଙ୍କର ଭୋଇ, ଟିକେଶ୍ୱର୍ ପଟେଲ, ମୋହନ ରଣା, ଚିତ୍ତରଞ୍ଜନ ସାହୁ, ଲକ୍ଷ୍ମୀ ନାରାୟଣ ସାହା ଓ ଅନୀଲ ବେହେରା ପ୍ରକଳ୍ପ ଗୁଡ଼ିକର ମୂଲ୍ୟାଙ୍କନ କରିଥିଲେ । ବିଭିନ୍ନ ବିଭାଗରୁ ୫ଟି ପ୍ରକଳ୍ପ ଜିଲ୍ଲାସ୍ତରକୁ ଉନ୍ନୀତ ହୋଇଥିଲା । କୁଇଜ୍ କାର୍ଯ୍ୟକ୍ରମକୁ ତନ୍ମୟା ଦେବତା ଓ ପ୍ରିତିରଶ୍ମୀ ସେଠ୍ ପରିଚାଳନା କରିଥିଲେ । ଉଦଯାପନୀ ଉତ୍ସବରେ ଅଞ୍ଚଳ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ ଲଲିତେନ୍ଦୁ ନାୟକ ଓ ମୁଖ୍ୟ ବକ୍ତା ଭାବରେ ଡଭା ହାଇସ୍କୁଲର ପ୍ରଧାନ ଶିକ୍ଷକ ଟିକେଶ୍ୱର୍ ପଟେଲ ଓ ଭଟଲି ବ୍ଲକ୍ ଶିକ୍ଷା ଅଧିକାରୀ ସରୋଜ ଭୁଏ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ଶେଷରେ ବିଭିନ୍ନ ବିଭାଗରୁ କୃତୀ ପ୍ରତିଯୋଗୀ ସ୍ଵସ୍ତିକ ଯୋଶୀ, ଜଗଦାନନ୍ଦ ଭୋଇ, ସାଇଶ୍ରୀୟା ଦାସ, ଶ୍ରୀୟମ ଶତପଥୀ ଓ ଝୁମି ସାହୁଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଦାନନ୍ଦ ପୁରୋହିତ,ପ୍ରମୋଦ ନାଥ, ଗୋପାଳଜୀ ପାଣିଗ୍ରାହୀ, ଜିତେନ୍ଦ୍ର ପଣ୍ଡା,ଭରତ ସାହୁ, ଟିକନୁ ସାହୁ, ଶାନ୍ତନୁ ସରାଫ, କୃଷ୍ଣ ଚନ୍ଦ୍ର ହୋତା, ଦୟାନିଧି ବେହେରା, କ୍ଷୀରୋଦ୍ର ଦାସ, ଈଶ୍ୱର ଦିଶ୍ରୀ, କୌଶଲ୍ୟା ଭୋଇ, ସୁନନ୍ଦା ସାହୁ, ଅଞ୍ଜନା ତାଣ୍ଡି, ଦମୟନ୍ତୀ ମେହେର, ସସ୍ମିତା ଦୋରା,ଶେଫାଳୀ ପାତ୍ର, ଅନୀଲ ସାହୁ, ଉଜ୍ଜଳ ସାହୁ, ଦୁର୍ୟୋଧନ ସାହୁ, ଦିଲ୍ଲୀପ ଡନସନା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ରାମଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!