ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହର ସ୍ଥିତ ହାଟପଦା ପଡା ମା’ ମେଟାକାନୀ ମନ୍ଦିର କମିଟି ପକ୍ଷରୁ ସବୁବର୍ଷ ଭର୍ଳି ଚଳିତ ବର୍ଷ ମଧ୍ୟ ନବମ ବାର୍ଷିକ ୨୪ ପ୍ରହରି ନାମଯଜ୍ଞ ପାଳିତ କରାଯାଉଛି । କମିଟିର ସଭାପତି ଲୋଟସ ଷଢଙ୍ଗୀଙ୍କ ସଭାପତିତ୍ୱରେ ଚଳିତ ବର୍ଷ ବହୁ ଅଡମ୍ବରରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଅନେକ ସଙ୍କିତନ୍ୟ ଦଳ ଆସିବାର କାର୍ଯ୍ୟକ୍ରମ ରହିଛି । ଚଳିତ ବର୍ଷ ଜଗନ୍ନାଥ ମିଶ୍ର ଓ ସହଧର୍ମିଣୀ ବିନୋଦ ମଞ୍ଜରୀ ମିଶ୍ର କର୍ତା ଭାବରେ ଥିବା ବେଳେ ପୂଜକ ଭାବରେ ମୁଁରାରୀ ମିଶ୍ର ଦାୟିତ୍ୱ ତୁଳାଉଛନ୍ତି । ଆଜି ସଂଧ୍ୟା ୫ଟା ସମୟରେ ସ୍ଥାନୀୟ ମେଟାକାନୀ ମନ୍ଦିରରୁ ୧୫ ଶହରୁ ଅଧିକ ମହିଳା ବାହାରି ନରସିଂହ ମନ୍ଦିରରେ ଥିବା ପୋଖରୀରେ ରୀତିନୀତି ପରମ୍ପରିକ ପୂଜାର୍ଚନା ପରେ କଳସ ଯାତ୍ରାରେ ବାହରି ହାଟପଦାପଡା ସ୍ଥିତ ନାମଯଜ୍ଞ ମଣ୍ଡଳୀରେ ଶୁଭ କଳସ ସ୍ଥାପନ କରିଥିଲେ । ଚଳିତ ମାସ ୨୪ ତାରିଖ ସକାଳ ୯ ଘଂଟା ସମୟରୁ ନାମ ଆରମ୍ଭ ହୋଇ ଚଳିତ ମାସ ୨୭ ତାରିଖ ୯ ଘଂଟା ସମୟରେ ପୂର୍ଣ୍ଣାହୁତିର କାର୍ଯ୍ୟକ୍ରମ ରହିଥିବାର କମିଟିର ସଭାପତି ଶ୍ରୀ ଷଢଙ୍ଗୀ ସୂଚନା ଦେଇଛନ୍ତି । ଏହି ନାମଯଜ୍ଞର କଳସ ଯାତ୍ରରେ ହରିବଂଶ ମିଶ୍ର, ଗିରିଧାରୀ ଶତପଥୀ, ବୈକଣ୍ଠ ଖୁଣ୍ଟିଆ, ବିଭୂଦର୍ତ ଗୁରୁ, ନିର୍ମଳ ନନ୍ଦ, ରଘୁନାଥ ହୋତା, ଶାନ୍ତନୁ ମିଶ୍ର, ରାଧେଶ୍ୟାମ ଷଢଙ୍ଗୀ, ବିଶ୍ୱାମିତ୍ର ସାହୁ, ଶ୍ରୀବତ୍ସ ମିଶ୍ର, ପବିତ୍ର ଖୁଣ୍ଟିଆ, ଶନତ ତ୍ରୀପାଠୀ, ସରତ ପୂଝାରୀ, ପ୍ରଦୀପ ଷଢଙ୍ଗୀ, ରାଜ କୁମାର ମିଶ୍ର, ନିତିଆ ପଧାନ, ଇନ୍ଦ୍ର ନନ୍ଦ, ଲିଜୁ ସାହୁ, ଜତିନ ମିଶ୍ର, କମ୍ବୁ ତ୍ରୀପାଠୀ, ଟୁଙ୍ଗୁରୁ ମୁନୀ, ବେଳା ଥପା, ସନ୍ତୋଷ କୁମାର ପାଢୀ, ପ୍ରତ୍ୟୁଷ ପ୍ରକାଶ ଯୋଷୀ, ଲକ୍ଷ୍ମୀ ସ୍ୱାଇଁ, ଲାଲୁ ଶତପଥୀ, ପୃଥୀରାଜ ବରାଳ, ଟିକୁ ପରିଚ୍ଛା, ମଧୁ ବନଛୋର, ଶିଶିର ବେହେରା, ଦିଲିପ ସ୍ୱାଇଁ, ସଞ୍ଜୟ ଷଢଙ୍ଗୀ, ବଂଶୀ ପତି ସୋନୁ ପଟ୍ଟନାୟକ, ଗୀତା ବରାଡ଼, ନନ୍ଦିନୀ ପୋଢ଼, ଝରଣା ପାଢ଼ୀ, ମୁନା ପାଲ ଓ ଅଂଚଳର ଶତାଧିକ ମାତ୍ରାରେ ମହିଳା, ପୁରୁଷଙ୍କ ସମେତ ବାଳକ ବାଳିକା ମଧ୍ୟ ଆଜିର ଏହି ନାମ ଯଜ୍ଞର କଳସ ଯାତ୍ରରେ ସାମିଲ ହୋଇ ସହଯୋଗ କରିଥିଲେ ।