ପିକନିକ କରିବାକୁ ଯାଇ ଯୁବକ ନିଖୋଜ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ଥାନା ଅର୍ନ୍ତଗତ ଜାମୁଟ ସ୍ଥିତ ଗୁଦଗୁଦାକୁ ବଣଭୋଜି ପାଇଁ ଆସି ଗାଧୋଉଥିବା ବେଳେ ବଲାଙ୍ଗିରର ରାକେଶ କୁମାର ପୁରୋହିତ ପାଣିରେ ବୁଡିଯାଇ ନିଖୋଜ ହୋଇଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ରାକେଶ ଓ ତାଙ୍କର ସାଙ୍ଗମାନେ ଗୁଦଗୁଦାରେ ଭୋଜି କରୁଥିବା ବେଳେ ରାକେଶଙ୍କ ଗୋଡ଼ ଖସି ପାଣିରେ ପଡ଼ିଥିଲେ । ସେ ପାଣିରେ ପହଁରି ନପାରି ବୁଡି ଯାଇଥିଲେ । ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କୁ ନ ପାଇବାରୁ ଗୁଡଭେଲା ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ପ୍ରଥମ ଦିନରେ ତାଙ୍କର ସନ୍ଧାନ ମିଳିନଥିବା ବେଳେ ଦ୍ଵିତୀୟ ଦିନରେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ତୁଷୁରା ପୋଲିସ ଘଟଣା ସ୍ଥଳରେ ଉପସ୍ଥିତ ରହି ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି ।

Leave A Reply

Your email address will not be published.