ଟିଟିଲାଗଡ ବଜରଙ୍ଗ ଦଳର ଦୁଇ ଯୁବକଙ୍କ ଅଯୋଧ୍ୟା ପାଇଁ ପଦଯାତ୍ରା ଆରମ୍ଭ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଜାନୁୟାରୀ ୨୨ ତାରିଖ ଦିନ ଅଯୋଧ୍ୟା ରାମ ମନ୍ଦିରର ଉଦ୍‌ଘାଟନ ଦିବସ ଅବସରରେ ସେବା ପ୍ରଦାନ କରିବା ପାଇଁ ଟିଟିଲାଗଡ଼ ବିଶ୍ଵ ହିନ୍ଦୁ ପରିଷଦର ବଜରଙ୍ଗ ଦଳର ଶିବା ସୁନା ଓ ପିଣ୍ଟୁ ଛତ୍ରିଆ ନାମକ ଦୁଇ ଜଣ ଯୁବକ ଶ୍ରୀ ରାମଙ୍କ ଜନ୍ମ ଭୂମି ଅଯୋଧ୍ୟାକୁ ରବିବାର ଦିନ ସକାଳୁ ପଦଯାତ୍ରାରେ ବାହାରିଛନ୍ତି । ଏହି ଅବସରରେ ବଜରଙ୍ଗ ଦଳର ଜିଲ୍ଲା ସଂଯୋଜକ ରାଜେଶ ପଟ୍ଟନାୟକ, ବିଶ୍ଵ ହିନ୍ଦୁ ପରିଷଦର ସଦସ୍ୟ ରୋହିତ ସୋନି ଏବଂ ବଜରଙ୍ଗ ଦଳର ବହୁ କର୍ମକର୍ତା ସହରରୁ ବାହାରକୁ ଜୟ ଶ୍ରୀ ରାମ ନାରା ଦେଇ ଛାଡ଼ିବା ପାଇଁ ଯାଇଥିଲେ । ଟିଟିଲାଗଡରୁ ପାଖାପାଖି ୧୦୦୩ କିଲୋମିଟର ପଦଯାତ୍ରା କରି ଅଯୋଧ୍ୟାରେ ପହଞ୍ଚିବେ । ରାମ ମନ୍ଦିରର ଉଦ୍‌ଘାଟନ ଅବସରରେ ଟିଟିଲାଗଡ଼ର ଏହି ଦୁଇ ଯୁବକ ସେଠାରେ ସେବା ପ୍ରଦାନ କ୍ଷେତ୍ରରେ କାର୍ଯ୍ୟ କରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.