ଜିଲ୍ଲାସ୍ତରୀୟ ତାଇକଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା ତାଇକଣ୍ଡୋ ସଂଘ ତରଫରୁ ରାଜେନ୍ଦ୍ର କଲେଜ ଛକ ସ୍ଥିତ କଲ୍ୟାଣ ମଣ୍ଡପଠାରେ ଜିଲ୍ଲାସ୍ତରୀୟ ତାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ତାଇକଣ୍ଡୋ ସଂଘ ସାଧାରଣ ସଂପାଦକ ଅସୀମ କୁମାର ଭୋଇଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ଓଡିଶା କୁଲୁତା ସମାଜର ସହସମ୍ପାଦକ କ୍ଷେତ୍ରବାସୀ ପଧାନ ଓ ଜିଲ୍ଲା ତାଇକଣ୍ଡୋ ସଂଘ ସଭାପତି ପ୍ରଶାନ୍ତ କୁମାର ଯୋଷୀ ପ୍ରମୁଖ ଯୋଗଦାନ ଦେଇ କୃତି ଛାତ୍ର ଛାତ୍ରୀମାନଙ୍କୁ ମାନପତ୍ର ଓ ପଦକ ସଙ୍ଗେ ସମ୍ମାନିତ କରିଥିଲେ । ଏହି ଅନୁଷ୍ଠାନର ନିଜସ୍ୱ ଭିତ୍ତିଭୂମି ନ ଥିବାରୁ କୋଚ ଅସୀମ ଭୋଇ କ୍ଷୋଭ ପ୍ରକାଶ କରିଥିବା ବେଳେ ସରକାରୀ ଜମି ପାଇଁ ଜିଲ୍ଲାପାଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ମୁଖ୍ୟଅତିଥି ତାଙ୍କ ବକ୍ତବ୍ୟରେ କହିଥିଲେ । ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ଆସନ୍ତା ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ପୁରୀରେ ହେବାକୁ ଥିବା ରାଜ୍ୟସ୍ତରୀୟ ତାଇକଣ୍ଡୋ ପ୍ରତିଯୋଗିତାରେ ଭାଗ ନେବେ ବୋଲି ଶ୍ରୀ ଭୋଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଥିରେ ବଲାଙ୍ଗିର ଜିଲ୍ଲାରୁ ୮୬ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମକୁ ସୁଶାନ୍ତ ମୁଗ୍ରୀ, ସୁଦାମା ବାରିକ, ନରେନ୍ଦ୍ର ବରାଡ, କରଣ ନନ୍ଦ, ଶଙ୍କର ପଧାନ, ଭୁବନେଶ୍ୱର ଭୋଇ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଲିପ୍ସାରାଣୀ ବିଶ୍ୱାଲ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.