csstore

ସ୍ୱାମୀ ସ୍ତ୍ରୀ ଭିତରେ କଳହ ହେବା ପରେ ସ୍ୱାମୀ ଘର ଛାଡ଼ି ଫେରାର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାମୀ ସ୍ତ୍ରୀ ଭିତରେ କଳହ ହେବା ପରେ ସ୍ୱାମୀ ଘର ଛାଡ଼ି ଚାଲିଯାଇଛନ୍ତି । ଏଭଳି ଏକ ଅଭିଯୋଗ ଆଜି ପୁଇଁତଲା ଥାନାରେ ପହଂଚିଥିବା ଜଣାପଡ଼ିଛି । ପୁଇଁତଲା ଥାନା ଅନ୍ତର୍ଗତ ଆଟଗାଁ ପାଖ ସିଲେଟପଡ଼ା ଗ୍ରାମର ଉମାକାନ୍ତ ରଣା ପୁଇଁତଲା ଥାନାରେ ଲିଖିତ ଭାବେ ଜଣାଇଛନ୍ତି ଯେ, ତାଙ୍କ ଭାଇ କୁଞ୍ଜବିହାରୀ ରଣା(୪୮) ନିଜ ପତ୍ନୀଙ୍କ ସହ ଝଗଡ଼ା କରି ଘରେ ଥିବା ସୁନା, ଟଙ୍କା, ପାସ୍‌ବୁକ୍‌ ତଥା ଆହୁରି ଅନେକ ଜିନିଷପତ୍ର ଧରି ଗତ ୮ ତାରିଖ ରାତିରେ ଘରୁ ଫେରାର୍‌ ହୋଇଯାଇଛନ୍ତି । ତାଙ୍କ ଭାଇମାନେ ଅନେକ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ଖୋଜ୍‌ଖବର୍‌ ପାଇ ପାରିନାହାନ୍ତି । ତେବେ ନିଖୋଜ୍‌ ଥିବା ସାନ ଭାଇଙ୍କ ସଂଧାନ ପାଇଁ ଉମାକାନ୍ତ ରଣା ଆଜି ପୁଇଁତଲା ଥାନାର ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି ।

jayashree
Leave A Reply

Your email address will not be published.