jayashree

ହାତୀ ପରେ ବରାହ ଏବେ ମାଙ୍କଡଙ୍କ ଉତ୍ପାତ

ସାଲେଭଟା, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଅନ୍ତର୍ଗତ କୁଟାସିଂହ।, କଣ୍ଟାପାଲି, ତେନ୍ତୁଳି ଗାଁ, ଡୁଙ୍ଗୁରିପାଲି, ପଟୁଆପାଲି, ହରଭଙ୍ଗା ଅଞ୍ଚଳରେ ହନୁମାଙ୍କଡ଼ଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ବନ୍ୟଜନ୍ତୁ ପ୍ରଥମେ ହାତୀ, ତା’ପରେ ବାରହା ଚାଷୀଙ୍କ ନିଦ ହଜାଇ ଦେଇଥିବା ବେଳେ ଏବେ ଚିନ୍ତାର କାରଣ ହୋଇଛନ୍ତି ମାଙ୍କଡ ପଲ । ଗାଁରେ ପଶି ବାଡ଼ି ବଗିଚାର ଫଳମୂଳ, ପନିପରିବା ଫସଲ ଖାଇ ଟାଣି ଉପାଡି ନଷ୍ଟକରି ଦେଉଛନ୍ତି । ଛପରକୁ ଛପର ଡେଇଁ ଭାଙ୍ଗୁଛନ୍ତି ଘରକୁ ପଶି ଉତ୍ପାତ କରୁଛନ୍ତି ମୁଖ୍ୟ ରାସ୍ତା ମାନଙ୍କରେ ଡିଆଁ ଡେଇଁ କରୁଥିବାରୁ ଛୋଟବଡ଼ ଦୁର୍ଘଟଣା ମାନ ଘଟୁ ଥିବାର ନଜିର ରହିଛି । ବନ୍ୟଜନ୍ତୁ ଗାଁ ମୁହାଁ ହେବାର ମୁଖ୍ୟ କାରଣ ପରିବେଶ ନଷ୍ଟ ଓ ଖାଦ୍ୟଭାବ ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.