csstore

ଦିବ୍ୟାଙ୍ଗ ଶଶିରେଖା : ଅନ୍ୟ‌ଙ୍କ ପାଇଁ ପ୍ରେରଣା

କୋରାପୁଟ : ଦିବ୍ୟାଙ୍ଗ ଶଶିରେଖା, ଅନ୍ୟଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି । ଭିନ୍ନକ୍ଷମ ହୋଇ ବି ସେ ବିଶେଷ ସକ୍ଷମ । ଦୃଢ ଇଛାଶକ୍ତି ଓ ଆତ୍ମବିଶ୍ୱାସ ଯୋଗୁଁ ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛ‌ନ୍ତି । ନିଜେ କାମ କରି ନିଜ ମା’‌ଙ୍କୁ ପାଳୁଛ‌ନ୍ତି। ସୂଚନା ଅନୁସାରେ କୋରାପୁଟ ଜିଲ୍ଲା ଜୟପୁର ସହରର ହାଟପଦା ଅଂଚଳରେ ରହୁଥିବା ଦିବ୍ୟାଙ୍ଗ ଯୁବତୀ ଶଶିରେଖା ଖରା ପିଲାବେଳୁ ପୋଲିଓରେ ଆକ୍ରାନ୍ତ ହୋଇ ନିଜର ଗୋଡ ଦୁଇଟି ହରାଇଥିବା ବେଳେ ଦୁଇ ହାତ ବି ଠିକ୍‌ରେ କାମ କରୁନି । ହାତ ଗୁଡ଼ିକ ବି ଅଙ୍କାବଙ୍କା ହୋଇଯାଇଛି । କି‌ନ୍ତୁ ତଥାପି ଜୀବନ ଯୁ‌ଦ୍ଧରେ ସେ ହାର ମାନି ନାହା‌ନ୍ତି । ତା‌ଙ୍କ ପରିବାରର ଆର୍ଥିକ ସ୍ଥିତି ସ୍ୱଛଳ ନଥିବାରୁ ସିଲେଇ ଶିକ୍ଷା କରି ଦାରିଦ୍ର୍ୟ ଓ ଆର୍ଥିକ ଅନଟନ ଭିତରେ କାଳ କାଟୁଥିବା ନିଜ ପରିବାରର ଆର୍ଥିକସ୍ଥିତିକୁ ସୁଦୃଢ଼ କରିବା ପାଇଁ ଆଗେଇ ଆସିଛନ୍ତି । ଗତ ୬ବର୍ଷ ହେବ ସେ ଦିବ୍ୟାଙ୍ଗ ହୋଇ ବି ଟେଇଲରିଂ କାମ କରି ଆସୁଛନ୍ତି । ତାଙ୍କ ବାପା ତାଙ୍କ ପାଇଁ ହାତ ଦ୍ବାରା ସିଲେଇ କରି ହେଉଥିବା ‌ସିଲେଇ ମେସିନ୍ କିଣି ଦେଇଥିଲେ । ସେଥିରେ ସେ ଏବେ ଦିନ ରାତି କାମ କରି ଆସୁଛନ୍ତି । ଶଶିରେଖାଙ୍କୁ ପୌରପାଳିକା ପକ୍ଷରୁ ଦିବ୍ୟାଙ୍ଗ ଭତ୍ତା ୭୦୦ଟଙ୍କା ଏବଂ ଅନ୍ନପୁର୍ଣ୍ଣା ଯୋଜନାରେ ଚାଉଳ ୩୫ କିଲୋ ମିଳୁଥିବା ସୂଚନା ମିଳିଛି ।

jayashree
Leave A Reply

Your email address will not be published.