ନିଶିଗନ୍ଧା ସାହିତ୍ୟ ସଂସଦର ନୂତନ କର୍ମକର୍ତ୍ତା ମନୋନୀତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ନିଶିଗନ୍ଧା ସାହିତ୍ୟ ସଂସଦ ତରଫରୁ ଗତ ସୋମବାର ଦିନ ଭୁବନେଶ୍ୱର ଶହୀଦ ନଗରସ୍ଥିତ ବିଷ୍ଣୁ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠାନର ପ୍ରତିଷ୍ଠାତା ବଳରାମ ତରେଇଙ୍କ ସଭାପତିତତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଓଡ଼ିଆ ଭାଷା ସାହିତ୍ୟ ଓ ସମାଜର କଲ୍ୟାଣ ନିମନ୍ତେ ପ୍ରଭୁ ଶ୍ରୀ ଜଗନାଥଙ୍କୁ ପୂଜାର୍ଚ୍ଚନା, ବନ୍ଦନା କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ସର୍ବସମ୍ମତି କ୍ରମେ ଉକ୍ତ ଅନୁଷ୍ଠାନର ନୂତନ ମୁଖ୍ୟ ଉପଦେଷ୍ଟା ଭାବେ ସର୍ବଶ୍ରୀ ପଦ୍ମଭୂଷଣ ରମାକାନ୍ତ ରଥ, ପରାମର୍ଶଦାତା ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ଉପଦେଷ୍ଟା ମଣ୍ଡଳୀରେ ପଞ୍ଚାନନ କାନୁନଗୋ, ଡ. ପ୍ରସନ୍ନ ପଟ୍ଟଶାଣୀ, ପ୍ରଶାନ୍ତ ନନ୍ଦ, ଡ. କୁଳମଣି ଓଝା, ବିଜୟଲକ୍ଷ୍ମୀ ନାୟକ, ପ୍ରଦୋଷ ପଟ୍ଟନାୟକ, ହର ପ୍ରସାଦ ଦାସ, ଦେବାଶିଷ ଜେଷ୍ଟି, ଡ. ମୃତ୍ୟୁଞ୍ଜୟ ରଥ, ଡ. ରଜନୀରଞ୍ଜନ ଦାଶ, ଅଲେଖ ପଢିହାରୀ, ଅଭୟ କୁମାର ନାୟକ, ଶରତ ନାୟକ, କୈଳାଶ ଟିକାୟତରାୟ, ଶ୍ରୀନିବାସ ଦାଶ, ଜୟନ୍ତ କୁମାର ପାଣିଗ୍ରାହୀ, ପ୍ରଦ୍ୟୁମ୍ନ ଶତପଥୀ, ରାଜା ସନ୍ତୋଷ ସିଂହଦେଓ, ସଂଗୀତା ସାହୁ, ଅନୀତା ପଟ୍ଟନାୟକ, ସଂଗ୍ରାମ ମହାନ୍ତି, ଚ୍ରକଧର ତ୍ରିପାଠୀ, ନାରାୟଣ ଚନ୍ଦ୍ର ସେନାପତି, ଆଇନ ପରାମର୍ଶଦାତା ଭାବେ ଦେବାଶିଷ ରଥ ଓ ବିକ୍ରମ ଚମ୍ପତ୍ତି, ମଉଆ ମୁକ୍ତିକାନ୍ତ ବୈଶାଖ ପ୍ରମୁଖ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ । ଅନୁଷ୍ଠାନର ସଭାପତି ଭାବେ ଡ. ଦିଲ୍ଲୀପ ଶ୍ରୀଚନ୍ଦନ, ଉପସଭାପତି ଭାବେ ତାରିଣୀ ପ୍ରସାଦ ମହାନ୍ତି, ଅଧ୍ୟକ୍ଷ ସମ୍ପାଦକ ବଳରାମ ତରାଇ, ସହ-ସମ୍ପାଦକ ଭାବେ ବାଉରୀବନ୍ଧୁ ବେହେରା ଓ ସହ-ସମ୍ପାଦିକା ରଶ୍ମୀମୟୀ ପଟ୍ଟନାୟକ, ସଂଗଠନ ସମ୍ପାଦକ ଭାବେ ଇଂ. ଅର୍ଚ୍ଚନା ଦାଶ, କାର୍ଯ୍ୟକାରୀ ସମ୍ପାଦିକା ଭାବେ ସରସ୍ୱତୀ ନାୟକ ଓ ବିଜୟଲକ୍ଷ୍ମୀ ମହାକୁଢ଼ ମୁଖ୍ୟ ସଦସ୍ୟ ଭାବେ ପ୍ରଫେସର ଧ୍ରୁବାନନ୍ଦ ବେହେରା, କରୁଣାକର ମଲ୍ଲିକ, ଆର୍ତ୍ତତାଣ ସାହୁ, ରାଜ୍ୟ ସଂଯୋଜିକା ଭାବେ ଶ୍ରୀମତୀ ସ୍ୱର୍ଣ୍ଣଲତା ତ୍ରିପାଠୀ ଓ ନିଶିଗନ୍ଧା ସାହିତ୍ୟ ସଂସଦ ଗ୍ରୁପ ପୃଷ୍ଠାର ନିରୀକ୍ଷକ କୈଳାସ ବେହେରା, ମୁଖପାତ୍ର ପଦ୍ମନାଭ ତ୍ରିପାଠୀ, ରାଜ୍ୟ ମିଡ଼ିଆ ପ୍ରଭାରୀ ଭାବେ ବନିତା ସାମଲ, ରଶ୍ମୀମୟ ପଟ୍ଟନାୟକ ପ୍ରମୁଖ ନିର୍ବାଚିତ ହୋଇଥିଲେ । ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ଆଗାମୀ ରବିବାର ତା.୫/୧୧/୨୦୨୩ ରିଖରେ ରାତ୍ର ୮ ଘଣ୍ଟା ସମୟରେ ଏକ ଭର୍ଚ୍ଚୱାଲ୍ ମିଟିଙ୍ଗ ମାଧ୍ୟ୍ୟମରେ ୩୦ଟି ଜିଲ୍ଲାର ୩୦ ଜଣ କରି ଜିଲ୍ଲା ସଂଯୋଜକ ଓ ସଂଯୋଜିକାଙ୍କୁ ନିଯୁକ୍ତି ଦିଆଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି । ନବ ନିଯୁକ୍ତ ସଭାପତି ଡ. ଦିଲ୍ଲୀପ ଶ୍ରୀଚନ୍ଦନ ଆଗାମୀ ଦିନରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ତାର ସମସ୍ତ କାର୍ଯ୍ୟକ୍ରମକୁ ସାହିତ୍ୟର ପ୍ରତ୍ୟେକ ଦିଗକୁ ବିସ୍ତାରିତ କରି ସମାଜ କଲ୍ୟାଣ ଦିଗରେ ଏହାର ଆଭିମୁଖ୍ୟ ହେବ ବୋଲି ସଭାରେ ଆଶାବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.