csstore

ବଲାଙ୍ଗିର ସହରର ବ୍ଲୁଲାଗୁନ୍‌ ହୋଟେଲ ମ୍ୟାନେଜରଙ୍କୁ ଆକ୍ରମଣ କରି ଯୁବକ ଗିରଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ବ୍ଲୁଲାଗୁନ୍‌ ହୋଟେଲ ମ୍ୟାନେଜରଙ୍କୁ ଆକ୍ରମଣ କରିବା ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ବଲାଙ୍ଗିର ପୁଲିସ । ସୂଚନାମତେ ଗତ ୩୦ ତାରିଖ ଦିନ ବ୍ରାହ୍ମଣପଡାର ରିବୁଲ ନାଏକ ବ୍ଲୁଲାଗୁନ୍‌ ହୋଟେଲ୍‌ର ମ୍ୟାନେଜର ସୁଶୀଲ ମିଶ୍ରଙ୍କୁ ଏକ ବିୟର ବୋତଲରେ ଆକ୍ରମଣ କରି ମୁଣ୍ଡ ଫଟାଇ ଦେଇଥିବା ଟାଉନ ଥାନାରେ ଅଭଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ବୁଧବାର ସକାଳେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବଲାଙ୍ଗିର ଟାଉନ ପୋଲିସ ପକ୍ଷରୁ ଜଣାପଡିଛି ।

jayashree
Leave A Reply

Your email address will not be published.