ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ରେଳୱ ଷ୍ଟେସନ ସ୍ଥିତ ରାଜେନ୍ଦ୍ର ନାରାୟଣ ସିଂହଦେଓ ଷ୍ଟାଡିଅମଠାରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଶୁଭ ଉଦ୍ଘାଟନ କରିଛନ୍ତି । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଭିଡିଓ କନଫରେନ୍ସ ମାଧ୍ୟମରେ ସଇଁତଲା ବ୍ଲକରେ ୨୨ ଗୋଟି ପଞ୍ଚାୟତ ରହିଛି । ଏଥିରେ ପ୍ରତ୍ୟେକ ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରାଇଥିବା ବେଳେ ବେଳେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ନିମନ୍ତେ ସଇଁତଲା ବ୍ଲକକୁ ୧୧ କୋଟି ଟଙ୍କା ଅନୁଦାନ ଦିଆଯାଇଥିବା ଶ୍ରୀ ପାଣ୍ଡିଆନ ଭିଡିଓ କନଫରେନ୍ସ ମାଧ୍ୟମରେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜଳ ସମ୍ପଦ ଓ ବାଣିଜ୍ୟ ମନ୍ତ୍ରୀ ଟୁକୁନୀ ସାହୁ ମଧ୍ୟ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ଉନ୍ନତି ଦିଗରେ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ଉପରେ ଉଦ୍ବୋଧନ ଦେଇଥିଲେ । ଉକ୍ତ ସଭାରେ ଗଣ୍ଡପତ୍ରାପାଲି ସରପଞ୍ଚ ମୋନିଷ ସୁନା ପ୍ରଶାସନ ତରଫରୁ ଅଭିଭାଷଣ ଦେବା ସହ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ସମୟରେ ଜିଲ୍ଲା ନୋଡାଲ ଅଫିସର ଅଲେଖ ବିଶ୍ୱାଳ, ବିଡ଼ିଓ ବି. ଭୋଇ, ତହସିଲଦାର ମାନସ ଫିଲ କେରକେଟା, ସିଡିପିଓ ସବିତା ଦାସ, ବ୍ଲକ ସେକ୍ସନ ଅଫିସର ପର୍ଶୁରାମ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ବେହେରା, ଜିଲ୍ଲା ପରିଷଦ ସଦସ୍ୟ ହିମାଞ୍ଚଳ ବୁଡ଼େକ, ମନ୍ତ୍ରୀଙ୍କ ପ୍ରତିନିଧି ଚନ୍ଦ୍ରବଦନ ପୁରୋହିତ, ଆଇନଜୀବୀ ମାନଭଞ୍ଜନ ପାଣିଗ୍ରାହୀ, ଟୁନୁ ରାଜପାଲିଆ, ସତ୍ୟ ନାରାୟଣ ସାହୁଙ୍କ ସମେତ ସରପଞ୍ଚ, ସମିତି ସଭ୍ୟସଭ୍ୟା, ବ୍ଲକ ପ୍ରଶାସନ, ଏସ୍ଏଚ୍ଜି ମହିଳା ଓ ପୁରୁଷ ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ ଥିଲେ ।