pr

ସ୍ୱର୍ଗୀୟ ଇନ୍ଦିରା ଗାନ୍ଧୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି

dr. purohit

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ଇନ୍ଦିରା ଗାନ୍ଧୀଙ୍କ ବଳିଦାନ ଦିବସ ଅବସରରେ ଛତ୍ରପୁର କଂଗ୍ରେସ କମିଟି ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଛତ୍ରପୁର ଅପର ବସଷ୍ଟାଣ୍ଡଠାରେ ଇନ୍ଦିରା ଗାନ୍ଧୀଙ୍କ ଫୋଟରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତିଚାରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କଂଗ୍ରେସ ରାଜ୍ୟ ଅନୁସୂଚିତ ଜାତି ସେଲ ସଂଯୋଜକ ଭାଗିରଥି ବେହେରା, ବରିଷ୍ଠ କଂଗ୍ରେସ ନେତା ଅଶୋକ ପଟ୍ଟନାୟକ, ଯୁବ ନେତା ଶିବ ପ୍ରସାଦ ବେହେରା (ବଳିଆ), ବ୍ରହ୍ମପୁର ଲୋକସଭା ଆସନ ଅନ୍ତର୍ଭୁକ୍ତ ଯୁବ କଂଗ୍ରେସ ମିଡ଼ିଆ ସେଲ୍ ସଂଯୋଜକ ମହେଶ କୁମାର ଗୌଡ଼, ଛାତ୍ର କଂଗେସ ସଭାପତି ଚକ୍ରପାଣି ପଲାଇ, ଆଇନଜୀବୀ ବାବୁ ନାହାକ, ମୋହନ ବେହେରା, ଭବାନୀ ବେହେରା, କୁନି ନାୟକଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।

nrusinghnath
Leave A Reply

Your email address will not be published.