pr

ବଲାଙ୍ଗିର ଦିନ୍‌ ସାଂସ୍କୃତିକ ଶୋଭାଯାତ୍ରାରେ ଦୁଲୁକିଲା ବଲାଙ୍ଗିର ସହର

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଡ଼ ଧୁମ୍‌ଧାମ୍‌ରେ ପାଳିତ ହେଉଛି ବଲାଙ୍ଗିର ଦିନ୍‌ । ବଲାଙ୍ଗିର ଦିନ୍‌ ପାଳନରେ ଦଳ ମତ ନିର୍ବିଶେଷରେ ବଲାଙ୍ଗିରବାସୀ ସାମିଲ ହୋଇଥିବା ବେଳେ ଏଥିରେ ବହୁ ସାଂସ୍କୃତିକ ସଂଗଠନ, ସାମାଜିକ ସଂଗଠନ ତଥା ବଲାଙ୍ଗିରର ବୁଦ୍ଧିଜୀବୀମାନେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଏହି ଅବସରରେ ଆଜି ପୂର୍ବାହ୍ନରେ ହଜାର ହଜାର ଲୋକଙ୍କ ଭିଡ଼ରେ ଏକ ସାଂସ୍କୃତିକ ଶୋଭାଯାତ୍ରା ବାହାରିଥିବା ଦେଖିବାକୁ ମିଳିଛି । ଶୋଭାଯାତ୍ରାରେ ବିଭିନ୍ନ ସାଂସ୍କୃତିକ ଦଳ ସାମିଲ ହୋଇ ଘଣ୍ଟ, ବାଦ୍ୟର ତାଳେ ତାଳେ ସହର ପରିକ୍ରମା କରିଛନ୍ତି । ତେବେ ପ୍ରଥମେ ଏହି ଶୋଭାଯାତ୍ରା ମା’ ସମଲେଶ୍ୱରୀ ଓ ପାଟଣେଶ୍ୱରୀଙ୍କ ପୀଠରେ ପୂଜାର୍ଚ୍ଚନା କରିବା ପରେ ଦୁର୍ଗା ମନ୍ଦିରରେ ପୂଜା କରି କୋଶଳ କଳାମଣ୍ଡଳ ପଡ଼ିଆକୁ ପହଞ୍ଚିବ ବୋଲି କୁହାଯାଇଛି । ଶୋଭାଯାତ୍ରାରେ ବଲାଙ୍ଗିର ଦିନ୍‌ ଆୟୋଜନ କମିଟିର ଆବାହକ ଗୋପାଳଜୀ ପାଣିଗ୍ରାହୀଙ୍କ ସହ ସମସ୍ତ କର୍ମକର୍ତ୍ତା, ବଲାଙ୍ଗିର ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ବଲାଙ୍ଗିର ସଦର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ ଓ ବହୁ ବିଶିଷ୍ଟ ଗଣ୍ୟମାନ୍ୟ ବ୍ୟକ୍ତି ଶୋଭାଯାତ୍ରାରେ ସାମିଲ ହୋଇ ବଲାଙ୍ଗିର ଦିନ୍‌ ପାଳନରେ ବଲାଙ୍ଗିରବାସୀ ସାମିଲ ହେବା ପାଇଁ ଆହ୍ୱାନ କରିଥିଲେ ।

nrusinghnath
Leave A Reply

Your email address will not be published.