jayashree

ରାଜ୍ୟ କରାଟେ ପ୍ରତିଯୋଗିତାରେ ଅସୀମ କରାଟେ ଏକାଡେମୀର ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୨୮ ଓ ୨୯ ଦୁଇ ଦିନ ଧରି ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ସ୍କୁଲରେ ୩୫ତମ ରାଜ୍ୟସ୍ତରୀୟ ସବ୍‌ ଜୁନିୟର କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅସୀମ କରାଟେ ଏକାଡେମୀର ୮ ଜଣ ପ୍ରତିଯୋଗୀ କୋଚ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଭାଗ ନେଇଥିଲେ । ଏଥିରେ ସମୀକ୍ଷା ସମୃଦ୍ଧି ଷଡଙ୍ଗୀ ୧୧ ବର୍ଷ ବାଳିକା (+୪୫ କେଜି) କୁମିତେ ବିଭାଗରେ ସ୍ୱର୍ଣ୍ଣପଦକ, ଜୟମ ସାହୁ ୧୨ ବର୍ଷ ବାଳକ (-୫୦ କେଜି), କୁମିତେ ବିଭାଗରେ ସ୍ୱର୍ଣ୍ଣ ପଦକ ଓ ଦୀପିକା ଭୋଇ ୮ ବର୍ଷ, ବାଳିକା ବିଭାଗ (-୩୦ କେଜି)କୁମିତେ ବିଭାଗରେ ବ୍ରୋଞ୍ଚ ପଦକ ପାଇଁ ଓଡିଶାକୁ ଗୋ÷÷ରବାନ୍ୱିତ କରିଛନ୍ତି । ଆସନ୍ତା ନଭେମ୍ବରରେ ଦିଲ୍ଲୀରେ ହେବାକୁ ଥିବା କରାଟେ ପ୍ରତିଯୋଗିତାରେ ସମୀକ୍ଷା ସମୃଦ୍ଧି ଷଡଙ୍ଗୀ ଓ ଜୟମ ସାହୁ ଭାଗ ନେବେ ବୋଲି କୋଚ ଅସୀମ ଭୋଇ ପ୍ରକାଶ କରିଛନ୍ତି । ଏ ଅବସରରେ ଓଡିଶା ରାଜ୍ୟ କରାଟେ ସଂଘ ସଂପାଦିକା ଡ. ଗୌରୀ ମହାନ୍ତି କୃତି ଛାତ୍ର ଛାତ୍ରୀମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ପ୍ରକାଶ ଥାଉକି ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଭୁବନେଶ୍ୱର ସ୍ଥିତ ଲୋକସେବା ସଦନଠାରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେନସକୁ ପ୍ରକୃତି ମିତ୍ର ପୁରସ୍କାରରେ ପୁରସ୍କୃତ କରିଥିଲେ ।

Leave A Reply

Your email address will not be published.