ଏମ୍‌ ଏସ୍‌ ଚାନ୍ଦିନୀ ନୁତନ ତହସିଲଦାର ଭାବରେ ଯୋଗ ଦେଲେ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ତହସିଲରେ ଏମ୍‌ ଏସ୍‌ ଚାନ୍ଦିନୀ ନୁତନ ତହସିଲଦାର ଭାବରେ ଅଜି ଯୋଗଦାନ କରିଛନ୍ତି । ଏଥିପାଇଁ ଆଗଲପୁର ତହସିଲରେ ସମସ୍ତ କର୍ମଚାରୀ ସ୍ୱାଗତ କରିଛନ୍ତି । ପୁର୍ବରୁ ଏଠାରେ କାର୍ଯ୍ୟରତ ସୁଜାତା ବେହେରାଙ୍କୁ ବଦଳି ହୋଇଥିଲା । ତାଙ୍କ ସ୍ଥାନରେ ଅତିରିକ୍ତ ତହସିଲଦାର ଭାବରେ ଦାୟୀତ୍ୱରେ ରହିଥିଲେ । ରୀନା କୁମାରୀ ନାଏକ ତହସିଲଦାର ଆକାରରେ ଯୋଗଦାନ କରିବାକୁ ଥିବାବେଳେ ସେ କୈାଣସି କାରଣବଶତଃ କାର୍ଯ୍ୟରେ ଯୋଗଦାନ କରିନଥିଲେ । ତେଣୁ ତାଙ୍କୁ ଗଞ୍ଜାମର ଆସିକାକୁ ବଳଳି କରାଯାଇଥିଲା । ପ୍ରଶାସନ ତରଫରୁ ଝାରସୁଗୁଡାରେ ଡେପୁଟି କଲେକ୍ଟର ଥିବା ସୁଶ୍ରୀ ଚାନ୍ଦିନୀଙ୍କୁ ଆଗଲପୁର ତହସିଲଦାର ଭାବରେ ବଦଳି କରାଯାଇଛି । ବିଧିବଦ୍ଧ ଭାବରେ କାର୍ଯ୍ୟରେ ଯୋଗଦାନ କରିବାକୁ ଆସିଥିବା ନୁତନ ତହସିଲଦାରଙ୍କୁ ତହସିଲ କର୍ମଚାରୀ ମାନେ ଫୁଲତୋଡା ଦେଇ ସ୍ୱାଗତ କରିଛନ୍ତି ।

Leave A Reply

Your email address will not be published.