ଓଲିଉଡ୍‌ ବିବାଦ ଉପରେ ସାମ୍ବାଦିକ ସମ୍ମିଳନୀରେ ନିଜ ପକ୍ଷ ରଖିଲେ ମନୋଜ ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଲିଉଡ୍‌ରେ ଚାଲିଥିବା ବିବାଦକୁ ନେଇ ଆଜି ବଲାଙ୍ଗିର ସାମ୍ବାଦିକ ଭବନରେ ଏକ ସାମ୍ବାଦିକ ସମ୍ମଳନୀର ଆହ୍ୱାନ କରିଛନ୍ତି ଓଲିଉଡ୍‌ ଅଭିନେତା ମନୋଜ ମିଶ୍ର । ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଓଡ଼ିଆ ସିନେମା ଉପରକୁ ଯାଉ ବୋଲି ମୁଁ ସବୁବେଳେ କହି ଆସିଛି, କିନ୍ତୁ ଏକଥା କିଛି ଜଣକୁ ସୁହାଇଲା ନାହିଁ । ସିନେମାରେ ଭାଇଚାରା ଅଛି । କାନ୍ତାରା ସିନେମା ଯଦି ଏଠି ହିଟ୍ ହୋଇପାରୁଛି, ତାହେଲେ ଆମ ସିନେମା କର୍ଣ୍ଣାଟକରେ କାହିଁକି ହିଟ୍ ହେବ ନାହିଁ । ମୁଁ ଚାହୁଁଛି ଓଡିଆ ସିନେମା ପ୍ରତ୍ୟେକ ଓଡିଆ ଲୋକଙ୍କ ପାଖକୁ ଯାଉ । ଇଣ୍ଡଷ୍ଟ୍ରି ସମସ୍ତଙ୍କୁ ମିଶାଇକି ହୁଏ, କେବଳ କଟକ କି ଭୁବନେଶ୍ୱରରେ ନୁହେଁ । ‘ଟୁଟୁ ନାୟକ ମୋତେ କଣ ବ୍ୟାନ୍ କରିବେ, ମୁଁ ତାଙ୍କୁ ବ୍ୟାନ୍‌ କରୁଛି’ ବୋଲି ଅଭିନେତା ମନୋଜ କହିଛନ୍ତି । ଅନ୍ୟପଟେ, ନରସିଂହ ମିଶ୍ରଙ୍କ ଓଡିଶା ଫାଳ ଫାଳ ହେବା ମନ୍ତବ୍ୟ ଉପରେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି ଅଭିନେତା ମନୋଜ ମିଶ୍ର । ସେ କହିଛନ୍ତି, କେହି ନେତା ଏଥିରେ ଏଣ୍ଟ୍ରି ମାରି ନାହାନ୍ତି । ଲୋକଙ୍କ ମାଧ୍ୟମରେ ନେତା ଓ ଅଭିନେତା ରିଆକ୍ଟ କରିଛନ୍ତି । ସ୍ୱାଭିମାନକୁ ଆଘାତ ଆସିଲେ ଲୋକେ ନିଶ୍ଚୟ ରିଆକ୍ଟ କରିବେ ।

Leave A Reply

Your email address will not be published.