ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୂଆସାହିର ପ୍ରଭାକର ନାୟକ ଏକ ନିଆରା ଢଙ୍ଗରେ ଦଶହରା ପର୍ବ ପାଳନ କରିଛନ୍ତି । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ନିଜ ବାସ ଭବନରେ ମାଆ ଦୁର୍ଗାଙ୍କୁ ମହାଆଡ଼ମ୍ବର ସହକାରେ ପାଳନ କରିଛନ୍ତି । ନିଜ ବାସଭବନରେ ବାସ୍ତୁ ପୂଜା, ଗୃହ ପୂଜା, ନବଗ୍ରହ ପୂଜା, କରିବା ସହିତ ହୋମ ଯଜ୍ଞ ମଧ୍ୟ କରିଛନ୍ତି । ତତ୍ ସହିତ ନୂଆସାହି ଗ୍ରାମ୍ୟ କମିଟିର ସମସ୍ତ ସଦସ୍ୟ ଓ ସାହିର ବରିଷ୍ଠ ନାଗରିକମାନଙ୍କୁ ନିମନ୍ତ୍ରଣ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଗାଁର ଅସହାୟ ବିଧବା ବାର୍ଦ୍ଧକ୍ୟଙ୍କୁ ଘରକୁ ଡ଼ାକି ନୂଆବସ୍ତ୍ର ବଣ୍ଟନ କରିଛନ୍ତି । ମାଆ ଦୂର୍ଗା ଓ ଦକ୍ଷିଣ କାଳୀଙ୍କ ପ୍ରତି ପରିବାର ଲୋକଙ୍କ ଅଗାଢ ବିଶ୍ବାସ ରହିଛି । ମାଆଙ୍କ ଆପାର କରୁଣାରୁ ପରିବାର ମଧ୍ୟରେ ଶାନ୍ତି ସଦ୍ଭାବନା ଆସିଛି । ଗୋପ ଲକ୍ଷ୍ମୀ ଧନ ଧାନ୍ୟରେ ପୁରି ଉଠିଛି । ପରିବାର ମଧ୍ୟରେ ଦୁଃଖ କ୍ଲେଶ ରୋଗ ବ୍ୟାଧି ଉଭେଇ ଯାଉଥିବା କହିଛନ୍ତି ପ୍ରଭାକରଙ୍କ ଧର୍ମ ପତ୍ନୀ । ଜୀବନ ଥିବା ପର୍ଯ୍ୟନ୍ତ ଦୂର୍ଗାପୂଜା ସହିତ ଏହିଭଳି ଭାବରେ ଗରିବ ଅସହାୟଙ୍କୁ ବସ୍ତ୍ର ବଣ୍ଟନ କରିବେ ବୋଲି ପ୍ରକାଶ କରିଛନ୍ତି ପ୍ରଭାକର ।