ଟିଟିଲାଗଡର ଅଧିଷ୍ଠାତ୍ରୀ ଦେବୀ ମା’ ଘଣ୍ଟାଶୁଣିଙ୍କ ମନ୍ଦିରରେ ପ୍ରସିଦ୍ଧ ନବମୀ ଯାତ୍ରା : ହଜାର ହଜାର ଭକ୍ତଙ୍କ ସମାଗମ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପବିତ୍ର ଦଶହରା ମାସରେ ଟିଟିଲାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଘଣ୍ଟାଶୁଣିଙ୍କ ନବମୀ ଯାତ୍ରା ଅତି ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ଚଳିତ ବର୍ଷ ମା’ ଘଣ୍ଟାଶୁଣି ସେବା ସମିତି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ଦେବୀଙ୍କ ସହ ଶୋଭାଯାତ୍ରାରେ ୬ ଗୋଟି ପାରମ୍ପରିକ ବାଦ୍ୟ ତଥା ବିଶେଷ ଆକର୍ଷଣ ଭାବରେ ସମ୍ବଲପୁରୀଆ ପିକେ, ବାହୁବଲି ହନୁମାନ ବେଶ ସହିତ ବାହାରି ସହର ପରିକ୍ରମା କରିଛନ୍ତି । ହଜାର ହଜାର ଭକ୍ତଙ୍କ ପାଇଁ ଅନ୍ନ ପ୍ରସାଦ ବଣ୍ଟନ, ପାନୀୟ ଜଳ ବଣ୍ଟନ କରାଯାଇଥିଲା । ପ୍ରବଳ ଜନ ସମାଗମକୁ ଆଖି ଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ ଓ ଅନ୍ୟାନ୍ୟ ବ୍ୟବସ୍ଥା ପାଇଁ ନିଜେ ଏସ୍‌ଡିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର, ଥାନାଧିକାରୀ ମନୋଜ କୁମାର ପ୍ରଧାନ ଉପସ୍ଥିତ ଥିବା ବେଳେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ମା’ଙ୍କ ନବମୀ ଯାତ୍ରା ଦେଖିବା ପାଇଁ ଏହି ବର୍ଷ ପୂର୍ବ ବର୍ଷ ଅପେକ୍ଷା ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା ।

Leave A Reply

Your email address will not be published.