csstore

ଆଧ୍ୟାତ୍ମିକ ତ୍ରୟୋମାସିକ ପତ୍ରିକା ‘ଭାବକୁ ନିକଟ’ ଲୋକାର୍ପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଧ୍ୟାତ୍ମିକ ତ୍ରୟୋମାସିକ ପତ୍ରିକା ‘ଭାବକୁ ନିକଟ’ ଲୋକାର୍ପିତ ଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନା ପୀଠ ବାଲିଗ୍ରାମସ୍ଥ ମା’ ବିମଳାଙ୍କ ପୀଠରେ ତ୍ରୟୋଦିବସୀୟ ସପ୍ତସତ ଚଣ୍ଡିପାଠର ମହା ଅଷ୍ଟମୀରେ ଭକ୍ତ ଦାସିଆ ସ୍ମୃତି କମିଟିର ସାଧାରଣ ବୈଠକ ଅନୁଷ୍ଠାନର ସଭାପତି ଡଃ ପ୍ରତିଭା ମହାରଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ଐତିହ୍ୟ ପୁଷ୍କରଣୀ ଗୋଠ ପଡ଼ିଆର ପୁର୍ନରୁଦ୍ଧାର ନିମନ୍ତେ ରାଜ୍ୟ ସଂସ୍କୃତି ବିଭାଗ ଦ୍ୱାରା ପୂର୍ବରୁ ମଞ୍ଜୁର କରାଯାଇଥିବା ୫୧ ଲକ୍ଷ ଟଙ୍କାର ପୁନଉର୍ଦ୍ଧାର କାର୍ଯ୍ୟ ଆସନ୍ତା ଗ୍ରୀଷ୍ମ ଋତୁରେ କାର୍ଯ୍ୟକାରୀ କରାଯିବା ନିମନ୍ତେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପିପିଲିଙ୍କ ଦ୍ୱାରା ତପ୍ତରତା ପ୍ରକାଶ ପାଇଥିବାରୁ ଉପସ୍ଥିତ ସଦସ୍ୟ ଓ ଶ୍ରଦ୍ଧାଳୁମାନେ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀଙ୍କ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟକ୍ରମ ମଧ୍ୟରେ ଓଡ଼ିଶା ସେତୁ ଓ ନିର୍ମାଣ ନିଗମର ସମାଜମଙ୍ଗଳ ପାଣ୍ଠିର ଆର୍ଥିକ ସହାୟତାରେ ପୀଠସ୍ଥ ଶ୍ରୀ ଜଗନ୍ନାଥ ମନ୍ଦିର ପାଶ୍ୱର୍ରେ ଏକ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଓ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପଦପ୍ରେକ୍ଷାଳୟ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ôଚଥିବାରୁ ବିଭାଗୀୟ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦିଆଯାଇଥିଲା । ମା’ ବିମଳାଙ୍କ ତ୍ରୟୋଦିବସୀୟ ସପ୍ତସତୀ ଚଣ୍ଡିପାଠ ଆଚାର୍ଯ୍ୟ ରମେଶ ଚନ୍ଦ୍ର ପଣ୍ଡା, ଶ୍ରୀ ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ ଲକ୍ଷ୍ମୀଧର ପାଢ଼ୀ, ସହାୟକ ପୂଜକ ଲକ୍ଷ୍ମୀଧର ଦିକ୍ଷିତ ଏବଂ ପୂଷ୍ପାଳକ ପ୍ରହ୍ଲାଲାଦ ମିଶ୍ରଙ୍କ ଦ୍ୱାରା ଦୈନିକ ସୂର୍ଯ୍ୟପୂଜା, ଦେବୀପୂଜା, ଚଣ୍ଡୀପାଠ, ହୋମଯଜ୍ଞ ୭ମି, ୮ମି, ୯ମିରେ କରାଯାଇଅଛି । ଏହି କାର୍ଯ୍ୟରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଆଇନଜୀବୀ ସରୋଜ କୁମାର ସାହୁ ଏବଂ ତାଙ୍କ ଧର୍ମପତ୍ନୀ ସବିତା ସାହୁ ମୁଖ୍ୟକର୍ତ୍ତା କର୍ତ୍ତୀର ଦାୟିତ୍ୱ ବହନ କରିଥିଲେ । ୮ମିରେ ଆୟୋଜିତ ସାଧାରଣ ବୈଠକର ମୁଖ୍ୟ ଅତିଥି ଭାବେ ଏମସ୍‌ର ପ୍ରାକ୍ତାନ ନିର୍ଦ୍ଦେଶକ ଡାକ୍ତର ଅଶୋକ କୁମାର ମହାପାତ୍ର, ଭୁବନେଶ୍ୱର ଷ୍ଟେଟବ୍ୟାଙ୍କର ପ୍ରାକ୍ତନ ମହାନିର୍ଦ୍ଦେଶକ ବିବେକାନନ୍ଦ ମହାପାତ୍ର, ରାଜ୍ୟ ଜଳସେଚନ ବିଭାଗର ପ୍ରାକ୍ତନ ଅଧିକ୍ଷଣଯନ୍ତ୍ରୀ ଇଂ ବସନ୍ତ କୁମାର ବେହେରା, ୱାଲେଟ ଫର୍‌ ୱଲଥ ଭୁବନେଶ୍ୱର ମହାନିର୍ଦ୍ଦେଶକ ତ୍ରିନାଥ ଲେଙ୍କା ଭକ୍ତ ଓ ଭଗବାନଙ୍କ ସମ୍ପର୍କ ଅତ୍ୟନ୍ତ ନିବିଡ଼ ତଥା ଭକ୍ତ ଦାସିଆ ନିଜର ସରଳ ଭକ୍ତି ଓ ବିଶ୍ୱାସରେ ଆଧ୍ୟାମିôକ ଜଗତରେ ନିଜକୁ ଜଣେ ସିଦ୍ଧ ପୁରୁଷ ଓ ଶ୍ରେଷ୍ଠ ଭକ୍ତଙ୍କ ସ୍ଥାନ ଅଧିକାର କରିପାରିଥିଲେ ତାହାର ସମୀକ୍ଷା କରିଥିଲେ । ଅନୁଷ୍ଠାନର ସଂପାଦକ ଡଃ ଘନଶ୍ୟାମ ସ୍ୱାଇଁ ସଭା ପରିଚାଳନା କରିଥିବା ବେଳେ ବିଶିଷ୍ଟ ସମାଜସେବୀ ରଘୁନାଥ ଜେନା ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଶ୍ରଦ୍ଧାଳୁ ଭକ୍ତଙ୍କୁ ମା’ଙ୍କ ପ୍ରସାଦ ବିତରଣ କରାଯାଇଥିଲା ପରିଶେଷରେ ରାଜ୍ୟ ସଂସ୍କୃତି ବିଭାଗ ଦ୍ୱାରା ଭଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ବରିଷ୍ଠ ଟ୍ରଷ୍ଟି ଅର୍ଜ୍ଜୁନ ଚରଣ ସାମଲ, ଅନନ୍ତ କୁମାର ସାହୁ, ପ୍ରତାପ ଚନ୍ଦ୍ର ସିଂ ଭାସ୍କର ଚନ୍ଦ୍ର ସାମନ୍ତରାୟ, ଚିତ୍ତରଞ୍ଜନ ସେନାପତି, ରଘୁନାଥ ଦାଶ, ରମେଶ ଚନ୍ଦ୍ର ପ୍ରଧାନ, ପବିତ୍ର କୁମାର ମଲ୍ଲିକ, ସ୍ୱୟଂ ପ୍ରକାଶ ପରିଡା, କୃଷ୍ଣ ଚନ୍ଦ୍ର ଲେଙ୍କା, କବିନ୍ଦ୍ର ବେହେରା, ଗିରିଧାରୀ ପଲାଇ, ଜୟକୃଷ୍ଣ ରାଉତ, ସୁବାଷ ଚନ୍ଦ୍ର ପଲାଇ, ପ୍ରଫୁଲ୍ଲ କୁମାର ବିଶ୍ୱାଳ, ଲକ୍ଷ୍ମୀଧର ସାହୁ ପ୍ରମୁଖଙ୍କ ଦ୍ୱାରା ପରିଚାଳନା କରାଯାଇଥିଲା ।

jayashree
Leave A Reply

Your email address will not be published.