oom

ଗୁଦେରପାଲିରେ ଆଞ୍ଚଳିକ ଚାଷୀ ସଂଗଠନର ନୂଆଁଖାଇ ଭେଟଘାଟ : ଯୋଗଦେଲେ ୧୨ଟି ବ୍ଳକର ଚାଷୀ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୂଆଁଖାଇ ସରିଲା ପରେ ବିଭିନ୍ନ ସ୍ଥାନରେ ବିଶିଷ୍ଟ ବ୍ୟକ୍ତି, ବିଭିନ୍ନ ଅନୁଷ୍ଠାନ ତରଫରୁ ସ୍ୱତନ୍ତ୍ର ଭାବରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରାଯାଇଥିଲା । ଭେଟଘାଟ ମାଧ୍ୟମରେ ସମସ୍ତେ ଏକତ୍ରିତ ହେବାର ସୁଯୋଗ ମିଲିଥାଏ ଠିକ୍ ସେହିଭଳି ଆଞ୍ଚଳିକ ଚାଷୀ ସଂଗଠନ କୁଣ୍ଡାଖାଇ, ଗୁଦେରପାଲି ଅଞ୍ଚଳର ଚାଷୀ ତଥା ଆବାହକ ଆଦିତ୍ୟ ପଧାନ ଓ ମୁକେଶ ମୁରାରୀ କେଡିଆଙ୍କ ଅଧ୍ୟକ୍ଷତାରେ, ଚାଷୀନେତା କିଶୋର ଚନ୍ଦ୍ର ଦେବତାଙ୍କ ସଭାପତିତ୍ୱରେ ଗୁଦେରପାଲି ବଜାର ପ୍ରାଙ୍ଗଣରେ ବରଗଡ଼ ଜିଲ୍ଲାର ୧୨ଟି ଯାକ ବ୍ଳକର ଚାଷୀମାନଙ୍କୁ ନେଇ ଏକ ବିରାଟ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସମସ୍ତ ଚାଷୀମାନେ ଇଷ୍ଟଦେବୀ ମାଁ ସମଲେଶ୍ଵରୀଙ୍କ ଫଟୋଚିତ୍ରକୁ ପୁଷ୍ପମାଲ୍ୟ ଅର୍ପଣ କରି ପୂଜାର୍ଚ୍ଚନା କରୁଥିଲେ ଏବଂ ପରସ୍ପର ମଧ୍ୟରେ ନୂଆଁଖାଇ ଭେଟଘାଟ ଓ ଚାଷୀ ସମସ୍ୟା ଉପରେ ଆଲୋଚନା କରିଥିଲେ । ଆଗାମୀ ଦିନରେ ଚାଷୀକୁ ଉପଯୁକ୍ତ ମୁଲ୍ୟପ୍ରଦାନ, ଉତ୍ପାଦନ ଖର୍ଚ୍ଚ କମ୍ ପାଇଁ ପ୍ରୋତ୍ସାହନ, ବିଦ୍ୟୁତ୍ ବିଲ ଛାଡ, କୃଷିଋଣ ଛାଡ, କୃଷକ ପେନସନ ଆଦି ବିଷୟରେ ସଂଗ୍ରାମ ଜାରି ରହିବ ବୋଲି ପ୍ରତିଜ୍ଞା କରିଥିଲେ । ଏଥିରେ ଜିଲ୍ଲା ଚାଷୀ ସଂଗଠନର ଉପଦେଷ୍ଟା ଜୟକୃଷ୍ଣ ସାହୁ, କିଷାନ ସଂଘର ରାଷ୍ଟ୍ରୀୟ କାର୍ଯ୍ୟକାରି ସଦସ୍ୟ କେଦାର ମିଶ୍ର, ନାରାୟଣ ସାହୁ, ଗୋବିନ୍ଦ ସାହୁ, ଏକାଦଶିଆ ସାହୁ, କେଶବ ପଧାନ । ସୋହେଲା ବ୍ଳକରୁ ପଞ୍ଚାନନ ଦଲପତ, ହେମଚନ୍ଦ୍ର ପଧାନ, ଚନ୍ଦ୍ରଶେଖର ପଧାନ, ପଦ୍ମପୁର ବ୍ଳକରୁ ପ୍ରେମାନନ୍ଦ ଶାହା, ସୌକିଲାଲ ମେହେର, ଝାରବନ୍ଧ ବ୍ଲକରୁ ସନ୍ତୋଷ ବେହେରା, କ୍ଷମାନିଧି ସାହୁ, ଭଜନ ସାଗର, ବରପାଲି ବ୍ଲକରୁ ପବିତ୍ର ବାଗ, ବିଜେପୁର ବ୍ଳକରୁ ସଦାନନ୍ଦ ପୁଝାରୀ, ଅରଖିତ ସାହୁ, ସେହିପରି ଗାଇସିଲେଟ ବ୍ଲକରୁ ପ୍ରଣୟସାହୁ, ଚୈତନ୍ୟ ସାହୁ, ସଂଜିବ ପଣ୍ଡା, ସରୋଜ ସାହୁ, ଶିବ ପଧାନ, ଅତାବିରା ବ୍ଳକରୁ ରବିନ୍ଦ୍ର ବିଶି ଆଦି ଅଂଶଗ୍ରହଣ କରିଥିଲେ । ଶେଷରେ ସ୍ଥାନୀୟ ସରପଞ୍ଚ ରାମଚନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.