jayashree

ଫପସିରେ ନୂଆଁଖାଇ ଭେଟ୍‌ଘାଟ୍‌ ଉପଲକ୍ଷେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

  • ନୂଆଁଖାଇ ଏକ ଭାଇଚାରାର ପର୍ବ : ପୂର୍ବତନ ମନ୍ତ୍ରୀ ସିଂ ଭୋଇ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ଫପସି ଛକଠାରେ ଆରସିବି ସଂଘ ନୂଆଁଭଦ୍ରା ଯୁବକମାନଙ୍କ ତତ୍ତ୍ୱବଧାନରେ ପ୍ରଥମ ବର୍ଷ ଧୁମ୍‌ଧାମ୍‌ ସହ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଟିଟିଲାଗଡ଼ର ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ମୁଖ୍ୟଅତିଥି ଭାବେ ଯୋଗଦାନ କରି କହିଲେ ଯେ, ନୂଆଁଖାଇ ହେଉଛି ଭାଇଚାରାର ପର୍ବ । ଏହା ଦ୍ୱାରା ପରସ୍ପର ମଧ୍ୟରେ ସେହ୍ନ ଓ ସମ୍ପର୍କ ବୃଦ୍ଧି ପାଇଥାଏ । ପ୍ରକୃତ ପୂଜନର ମହାନତା ପ୍ରକାଶ ପାଇଥାଏ । ଏହି ପରିପ୍ରେକ୍ଷୀରେ ଆର୍‌ସିବି ସଂଘର ଉଦ୍ୟମରେ ଚଳିତ ବର୍ଷ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଧୁମ୍‌ଧାମ୍‌ରେ ଆୟୋଜିତ କରିଥିବାରୁ ସଂଘର ସମସ୍ତ କର୍ମକର୍ତ୍ତାଙ୍କୁ ପୂର୍ବତନ ମନ୍ତ୍ରୀ ଶ୍ରୀ ସିଂ ଭୋଇ ପ୍ରଶଂସା କରିଥିଲେ । ଏଥିରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ସଇଁତଲା ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଓଜେୟୁ ଜିଲ୍ଲା ସଭାପତି ପ୍ରମୋଦ ସେଲମା, ସମିତି ସଭ୍ୟ ରାକେଶ ନାୟକ, ଯୁବ ସଂଗଠକ ଅମିତ ରଥ, ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ସୁରେନ୍ଦ୍ର ସ୍ୱାଇଁ, ଏକ୍ସ ଆର୍ମିମ୍ୟାନ ସୁଶୀଲ ବେହେରା, ଗୋଲାବାରୁଦ ଅବସରପ୍ରାପ୍ତ କର୍ମଚାରୀ ପିତାମ୍ବର ଡାଙ୍ଗ, ଗୌତମ ବୃଦ୍ଧ ସେବା ସଂଘ ସଭାପତି ସୁଧୀର ଦୀପ ପ୍ରମୁଖ ଉପସ୍ଥିତ ରହି ନୂଆଁଖାଇ ପରମ୍ପରା ଓ କୃଷି ଭିତ୍ତିକ ପର୍ବ ଉପରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସଂଘ ସମ୍ପାଦକ ରୋହିତ ମହାନନ୍ଦ ପରିଚାଳନା କରିଥିବା ବେଳେ କମିଟି ସଭାପତି ମେଘା ମୁନା ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ବରଗଡ଼ ଜିଲ୍ଲା ଜାମୁଣ୍ଡା ଗାଁ କଂସ ଦରବାର ଆୟୋଜିତ ହୋଇଥିଲା । ଏଥିରେ କଂସ ଭୂମିକା ଭାବରେ ସଂଜୀବ ପ୍ରଧାନ ଅଭିନୟ କରିଥିଲେ । ଏହାପରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ତମ୍ବୁଲା ଖେଳ ଅନୁଷ୍ଠିତ ହୋଇଥିଲା । ଏହାକୁ ତରୁଣ ସୁନା ଓ ଅମିତ ଦୀପ ପରିଚାଳନା କରିଥିଲେ । ଏହି ଉତ୍ସବରେ ଆଖପାଖ ଅଞ୍ଚଳର ମହିଳା ଓ ପୁରୁଷମାନଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଏଥିରେ କମିଟି ଉପଦେଷ୍ଟା କିଶୋର ଡାଙ୍ଗ, ହରିଲାଲ ମାଝୀ, ମଣ୍ଟୁ ଛତ୍ରିଆ, ଅଭିମନ୍ୟୁ ମହାନନ୍ଦ, ରମେଶ ମହାନନ୍ଦ, ଲେଖାମନୀ ବାଗ, ତପ୍ନେଶ୍ଵର ନାଗ, ଦୀପକ ନାଗ, ରବୀନ୍ଦ୍ର ମୁନା, ବବୁଲୁ ତାଣ୍ଡି, ମହେନ୍ଦ୍ର ତାଣ୍ଡି, ଗୌର ସୁନା, ନିରଣ କୁମ୍ଭାରଙ୍କ ସମେତ କମିଟି ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.