ସ୍ୱାଧୀନତା ଦିବସ ଅଭିଭାଷଣରେ ଘୋଷଣା କରିଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ
- ମହିଳାମାନଙ୍କ ଉପରେ ବିଶେଷ ଧ୍ୟାନ : ୨ କୋଟି ଲକ୍ଷପତି ଦିଦିଙ୍କ ଠାରୁ ଆରମ୍ଭ କରି ଡ୍ରୋନ୍ ସହିତ ୧୫,୦୦୦ ମହିଳା ଏସଏଚଜିକୁ ସଶକ୍ତ କରିବା ପାଇଁ ଯୋଜନାଗୁଡିକ ଉପରେ ଆଲୋଚନା
- ଜନ ଔଷଧି ଷ୍ଟୋର୍ ସଂଖ୍ୟା ୧୦,୦୦୦ ରୁ ୨୫,୦୦୦ କୁ ବୃଦ୍ଧି କରିବା ଯୋଜନାର ମଧ୍ୟ ସମୀକ୍ଷା
ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ତାଙ୍କ ସ୍ୱାଧୀନତା ଦିବସ ଅଭିଭାଷଣ ଆଧାରରେ କାର୍ଯ୍ୟକାରୀ ହେବାକୁ ଥିବା ଯୋଜନାଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ ।
ପ୍ରଧାନମନ୍ତ୍ରୀ ୨ କୋଟି ଲକ୍ଷପତି ଦିଦି ତିଆରି କରିବା ବିଷୟରେ କହିଥିଲେ, ଅର୍ଥାତ୍ ୨ କୋଟି ଏସଏଚଜି କିମ୍ବା ଅଙ୍ଗନବାଡି ଦିଦିଙ୍କୁ ଲକ୍ଷପତି କରିବା । ଏହି ଲକ୍ଷ୍ୟ ହାସଲ ପାଇଁ ଯୋଜନା କରାଯାଇଥିବା ବିଭିନ୍ନ ଜୀବିକା ପ୍ରକଳ୍ପର କାର୍ଯ୍ୟକାରୀ ଉପରେ ସେ ସମୀକ୍ଷା କରିଥିଲେ।
ପ୍ରଧାନମନ୍ତ୍ରୀ ତାଙ୍କ ସ୍ୱାଧୀନତା ଦିବସ ଅଭିଭାଷଣରେ କୃଷି ତଥା ଆନୁଷଙ୍ଗିକ ଉଦ୍ଦେଶ୍ୟରେ ୧୫,୦୦୦ ମହିଳା ସ୍ବୟଂ ସହାୟକ ଗୋଷ୍ଠିକୁ ଡ୍ରୋନ ଯୋଗାଇବା ବିଷୟରେ କହିଥିଲେ । ମହିଳା ଏସଏଚଜି ର ତାଲିମ ଠାରୁ ଆରମ୍ଭ କରି କାର୍ଯ୍ୟକଳାପ ଉପରେ ନଜର ରଖିବା ପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଯୋଜନାଗୁଡିକର ଏକ ସୂଚନା ପ୍ରଦାନ କରାଯାଇଥିଲା ।
ସୁଲଭ ଔଷଧର ଉପଲବ୍ଧତା ବୃଦ୍ଧି ପାଇଁ ଭାରତରେ ଜନ ଔଷଧି ଷ୍ଟୋର ସଂଖ୍ୟାକୁ ୧୦,୦୦୦ ରୁ ୨୫,୦୦୦ କୁ ବୃଦ୍ଧି ଉପରେ ପ୍ରଧାନମନ୍ତ୍ରୀ ମଧ୍ୟ କହିଥିଲେ। ଏହି ସମ୍ପ୍ରସାରଣ ପାଇଁ ପ୍ରଧାନମନ୍ତ୍ରୀ କାର୍ଯ୍ୟକାରୀ ରଣନୀତିର ସମୀକ୍ଷା କରିଛନ୍ତି ।