ବଲାଙ୍ଗିର ରୋୟଲ ସିନେମା ହଲ୍‌ଠାରେ ମୁକ୍ତିଲାଭ କଲା ଚଳଚ୍ଚିତ୍ର ‘ଶତୃ’

କୋଶଲି ଓ ଓଡ଼ିଆ ଭାଷାରେ ନିର୍ମିତ ହୋଇଥିବା ଚଳଚ୍ଚିତ୍ର ‘ଶତୃ’ ଆଜି ବଲାଙ୍ଗିର ରୋୟଲ ସିନେମା ହଲ୍‌ଠାରେ ମୁକ୍ତିଲାଭ କରିଛି । ହରେକ୍ରିଷ୍ଣା ଏନ୍‌ଟର୍‌ଟେନର୍‌ ଏବଂ ଏକେ ଫିଲ୍ମସ୍‌ ମିଳିତ ଭାବରେ ଏହି ଚଳଚ୍ଚିତ୍ରଟିକକୁ ପ୍ରଯୋଜନା କରିଛନ୍ତି ଓ ଏହାକୁ ଅଶୋକ କୁମାର ମିଶ୍ର ଓ ହିମାଂଶୁ ଖମାରୀ ଯୁଗ୍ମ ଭାବରେ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଚଳଚ୍ଚିତ୍ରରେ ପ୍ରଯୋଜକ ଅଶୋକ ମିଶ୍ର ଓ ନିର୍ଦ୍ଦେଶକ ହିମାଂଶୁ ଖମାରୀ ମଧ୍ୟ ସୁନ୍ଦର ଅଭିନୟ କରିଥିବା ଦେଖିବାକୁ ମିଳିଛି । ସେହିପରି ମୁଖ୍ୟ ଭୂମିକାରେ ନିଖୁଣ ଅଭିନୟ କରିଛନ୍ତି ଜୀତେନ୍ଦ୍ରୟ ହୋତା ଓ ଅର୍ଚ୍ଚନା ପାଢି । ଏହି ଚଳଚ୍ଚିତ୍ର ଏକ ନିଛକ କାହାଣୀକୁ ନେଇ ନିର୍ମିତ ହୋଇଛି । ସବୁ ବର୍ଗ ଦର୍ଶକ ନିଶ୍ଚୟ ପସନ୍ଦ କରିବେ ବୋଲି କହିଛନ୍ତି ପ୍ରଯୋଜକ ଓ ନିର୍ଦ୍ଦେଶକ ଅଶୋକ ମିଶ୍ର ।

Leave A Reply

Your email address will not be published.

error: Content is protected !!