ଗାଁ ଚାଷ ବିଦେଶରେ ବିଖ୍ୟାତ, ଦେଶ ପାଇଁ ଗୌରବ : ଗିନିଜ୍ ବିଶ୍ବ ରେକର୍ଡରେ ସ୍ଥାନ ପାଇଲେ ବୌଦ୍ଧର ଜୈବ ରସାୟନ ଗବେଷକ ଜୟରାମ

ବୌଦ୍ଧ,(ବଂଶୀଧର ମାଝୀ): ବିଶ୍ବର କିଛି ପ୍ରମୁଖବ୍ଯକ୍ତି ନିଜ ନାମକୁ ଗିନିଜ୍ ବୁକ୍ ଅଫ୍ ୱାର୍ଲ ରେକର୍ଡରେ ଲିପିବଦ୍ଧ କରିବାକୁ ଅନେକ ପରିଶ୍ରମ କରିଥାନ୍ତି ଓ ବିଭିନ୍ନ କ୍ଷେତ୍ରରେ ସଫଳ ହୋଇଥାନ୍ତି । ସେହିପରି ଏକ ସଫଳତା ପାଇଛନ୍ତି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଆମ୍ବଗାଁର ଜୟରାମ ରଣା(୩୦) । ଜୈବ ରସାୟନିକ ଗବେଷକ ଶ୍ରୀ ରଣା ବିଶେଷ ପଦ୍ଧତିର ଚାଷ କରି ବିଶ୍ବର ସର୍ବ ବୃହତ୍ ସାରୁ ପତ୍ର କରି ଗିନିଜ୍ ବୁକ୍ ଅଫ୍ ୱାର୍ଲ ରେକର୍ଡରେ ସ୍ଥାନ ପାଇଛନ୍ତି । ସୂଚନା ଅନୁସାରେ ସେ ପାହାଡ଼ ଅଞ୍ଚଳରେ ଭ୍ରମଣ ସମୟରେ ଏକ ସାରୁ ପାଇଥିଲେ । ସେ ସାରୁକୁ ଆଣି ନିଜଘର କୂଅ ପାଖରେ ଲଗାଇ ବିଶେଷ ଚାଷ ପଦ୍ଧତି ଏବଂ ଜୈବ ରସାୟନିକ ଖତ ପ୍ରୟୋଗ କରି ବିଶ୍ବର ସର୍ବ ବୃହତ୍ ସାରୁ ପତ୍ର କରିବାରେ ସଫଳ ହୋଇଥିଲେ । ଯାହାକି ଗଛର ପ୍ରକାଣ୍ଡ ଆକାର ୬୪.୫ ସିଏମ୍ ବା ୨୫ ଇଞ୍ଚ ଲମ୍ବ ଏବଂ ୭୬.୦ ସିଏମ୍ ୨୯ ଇଞ୍ଚ ଚଉଡ଼ା ହୋଇଥିଲା । ଏହି ଆକାରକୁ ନେଇ ଶ୍ରୀ ରଣା ବିଶ୍ବ ରେକର୍ଡ ପାଇଁ ଗତ ୭ ଜାନୁଆରୀରେ ଆବେଦନ କରିଥିଲେ । ତିନିମାସ ପରେ ଗିନିଜ ବିଶ୍ଵ ରେକର୍ଡ ତରଫରୁ ତଦନ୍ତ ହୋଇ ସମସ୍ତ ତଥ୍ୟ ସଠିକ ଥିବାରୁ ତାହା ଗିନିଜ ବୁକରେ ସ୍ଥାନ ପାଇଥିଲା । ବର୍ତ୍ତମାନ ପ୍ରମାଣପତ୍ର ହସ୍ତଗତ ହୋଇ ସାରିଛି । ଶ୍ରୀ ରଣା ବୌଦ୍ଧ ଜିଲ୍ଲାର ପ୍ରଥମ ବ୍ଯକ୍ତି ଭାବେ ଗିନିଜ ରେକର୍ଡର ଅଧିକାରୀ ହୋଇପାରିଛନ୍ତି । ଏହି ବିଶ୍ୱ ରେକର୍ଡ ହାସଲ କରିବାପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ଆସୁଛି । ଶ୍ରୀ ରଣାଙ୍କ ହେଲଥ ସାଇନ୍ସ ରିସର୍ଚ୍ଚ ଫାଉଣ୍ତେସନ ନାମକ ଏକ ନିଜସ୍ବ ଲ୍ଯାବ ମଧ୍ୟ ଅଛି । ସେଥିରେ ସେ ଚିବ ଡାଇରେକ୍ଟର ଅଛନ୍ତି । ତାଙ୍କ ଲ୍ଯାବ ସରକାରୀ ଲ୍ୟାବ ସହ ମିଶି କାମ କରିବା ପାଇଁ ସବୁଜ ସଂକେତ ମିଳି ସାରିଛି । ସେ ବିଭିନ୍ନ ଫର୍ମୁଲା ଉପରେ ଗବେଷଣା କରୁଛନ୍ତି ଏବଂ ଖୁବଶିଘ୍ର ସରକିରୀ କ୍ଲିଅରାନ୍ସ ମିଳିବା ପରେ ପେଟେଣ୍ଟ ରେଜିଷ୍ଟ୍ରେସନ କରି ପେଟେଣ୍ଟ ଓନର ହେବାକୁ ଯାଉଛନ୍ତି ବୋଲି ଜଣାଇଛନ୍ତି ।

Leave A Reply

Your email address will not be published.