ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଦହିତା ନିବାସୀ ଡ୍ରାଇଭର ଭଗତରାମ ବରିହାଙ୍କ ପରଲୋକ ହୋଇଯାଇଛି । ତାଙ୍କର ମୃତ୍ୟୁ ବେଳକୁ ୩୦ ବର୍ଷ ବୟସ ହେଉଥିଲା । ସେ ରାଇପୁର ବାଲାଜୀ ହସ୍ପିଟାଲରେ ଚିକିତ୍ସିତ ହେବା ସମୟରେ ଆରପାରିକୁ ଚାଲି ଯାଇଛନ୍ତି । ସେ ଜଣେ ଶାନ୍ତି ଓ ସରଳ ବ୍ୟକ୍ତି ଭାବେ ବେଶ ପରିଚିତ ଥିଲେ । ତାଙ୍କର ସ୍ତ୍ରୀ, ଦୁଇ ପୁଅ, ଝିଅ ଓ ପରିବାର ଲୋକଙ୍କୁ ଛାଡି ଚାଲି ଯାଇଛନ୍ତି । ସ୍ବର୍ଗତ ଶ୍ରୀ ବରିହାଙ୍କ ମୃତ୍ୟୁ ଖବର ପାଇ ଡ୍ରାଇଭର ମହାସଂଘ ଦହିତା ସଂଘ ସଭାପତି କିଶୋର ବଡ଼ମାଲି, ଏଡ୍ମିନ୍ ଡମ୍ବରୁ ମେହେର, ସମ୍ପାଦକ ତୁଲାରାମ ମେହେର, ଶିବଶଙ୍କର ନାଏକଙ୍କ ସମେତ ସମସ୍ତ ଡ୍ରାଇଭର ଭାଇମାନେ ଶୋକବ୍ୟକ୍ତ କରିଛନ୍ତି । ଆଜି ଶବ ଗାଁକୁ ଆସିଲା ପରେ ଡ୍ରାଇଭର ମହାସଂଘ ଦହିତା ଅଞ୍ଚଳର ସମସ୍ତ ଡ୍ରାଇଭର ଭାଇମାନେ ଏକତ୍ରିତ ହୋଇ ଶବ ଶୋଭାଯାତ୍ରା କରି ଶେଷ ଦର୍ଶନ କରି ଅନ୍ତିମ ସଂସ୍କାର କରିଥିଲେ । ତାଙ୍କର ଅକାଳ ବିଯୋଗରେ ଦହିତା ଅଞ୍ଚଳରେ ଶୋକର ବାତାବରଣ ଖେଳିଯାଇଛି ।
Next Post