ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆଞ୍ଚଳିକସ୍ତରୀୟ ସୁରଭି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବାଗଦେବୀ ପୂଜନ ସହ ସଭାକୁ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ, ସିଆରସିସି ସୁରେଶ ଚୌହାନ, ବୃନ୍ଦାବନ ଦାସ, ଜ୍ୟୋସ୍ନାରାଣୀ ସାହୁ, ସୁରେନ୍ଦ୍ର କୁମାର ଭୋଇ ଏବଂ ବିଚାରକ ମଣ୍ଡଳୀ ସଭା ଉଦ୍ଘାଟନ କରିଥିଲେ । ସୁରଭି ପ୍ରତିଯୋଗିତାର ସାତଟି ଇଭେଣ୍ଟରେ ବରିଷ୍ଠ ଏବଂ କନିଷ୍ଠ ପ୍ରତିଯୋଗୀମାନେ ନିଜର ଉତ୍କର୍ଷ ପ୍ରତିପାଦନ କରିଥିଲେ ।ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଉଦ୍ଯାପନୀ ସଭା ରଖାଯାଇଥିଲା । ମୁଖ୍ୟ ଅତିଥି ରୂପେ ଏସ୍ଡିପିଆର୍ଓ ବିନାୟକ ମିଶ୍ର, ସମ୍ମାନିତ ଅତିଥି ଭାବେ ରାଜ ବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଲୋଭାଦିନି ସାହୁ ଓ ଟାଉନ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତରଣିସେନ ସାହୁ ଯୋଗଦାନ କରିଥିଲେ । ସୁରେନ୍ଦ୍ର କୁମାର ଭୋଇ, ସ୍ୱର୍ଣ୍ଣକାନ୍ତି ପତି ଓ ମାନସ ରଞ୍ଜନ ଶତପଥୀଙ୍କ ସଂଯୋଜନାରେ ସଭା ପରିଚାଳିତ ହୋଇଥିଲା । କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସୁରେଶ ଚୌହାନ ଧନ୍ୟବାଦ ଜ୍ଞାପନ କରିଥିଲେ । ସଭାକୁ ସଫଳ କରିବା ପାଇଁ ଜୀବନାନନ୍ଦ ସାହୁ, ରବୀନା ପଧାନ, ସଂଯୁକ୍ତା ଭୋଇ, ଜ୍ୟୋତି ରେଖା ମହାନନ୍ଦ, ଚକ୍ରଧର ନାୟକ, ପ୍ରଭାତୀ ପଟ୍ଟନାୟକ, ମମତା ମିଶ୍ର, ସୁଷମା ଦାଶ, ଦୁଷ୍ମନ୍ତ ଛତର, ନନ୍ଦିନୀ ବାଗ, କମଳା କୁମ୍ଭାର ସହାୟତା କରିଥିଲେ ।