csstore

ଦେଓଗାଁ ବ୍ଲକସ୍ତରୀୟ ଖୋଖୋ ଖେଳାଳି ଚୟନ ଶିବିର

  • ଖୋ ଖୋରେ ୨୭ସ୍କୁଲର ୧୪୭ ଜଣ ଅଂଶ ଗ୍ରହଣ କଲେ

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ୧୦ଟା ସମୟରେ ଗୋଷ୍ଠୀ ଶିକ୍ଷା ବିଭାଗ ଅଧିନରେ ଦେଓଗାଁ ବ୍ଲକସ୍ତରୀୟ ଖୋଖୋ ଖେଳାଳି ଚୟନ ଶିବିର ଶ୍ରୀରାମ ଚନ୍ଦ୍ର ହାଇସ୍କୁଲ, କରୁଆଁଝର ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଆନୁଷ୍ଠାନିକ ଭାବେ କରୁଆଁଝର ହାଇସ୍କୁଲର ପ୍ରଧାନ ଶିକ୍ଷକ କ୍ଷମାନିଧୀ ପଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ସ୍କୁଲ ପରିଚାଳନା କମିଟିର ସଭାପତି ପ୍ରଦିପ ପଧାନ ଯୋଗଦେଇଥିଲେ । ଦେଓଗାଁ ବ୍ଲକ କ୍ରିଡା ସଂପାଦକ ତଥା ବଡ଼ବନ୍ଧ ହାଇସ୍କୁଲର ଖେଳ ଶିକ୍ଷକ ଉମେଶ ପାଣିଗ୍ରାହୀ ଓ କରୁଆଁଝର ହାଇସ୍କୁଲର ଖେଳ ଶିକ୍ଷକ ସୁଶୀଳ ପଧାନଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ଖୋଖୋ ଚୟନ ଶିବିରରେ ୧୪ ବର୍ଷରୁ କମ ବାଳକ, ବାଳିକା ଓ ୧୭ ବର୍ଷରୁ କମ ଯଥାକ୍ରମେ ୮୭ ଓ ୬୦ଜଣ ମୋଟ ୧୪୭ଜଣ ବାଳକ ବାଳିକା ଅଂଶ ଗ୍ରହଣ କରିଥିଲେ । ଏଥିରୁ ପ୍ରତି ଦଳରୁ ୧୨ଜଣ ଲେଖାଏଁ ମୋଟ ୪୮ଜଣଙ୍କୁ ଜିଲ୍ଲାସ୍ତର ପ୍ରତିଯୋଗିତାରେ ଭାଗ ନେବାକୁ ଚୟନ କରାଯାଇଥିବା ଜଣାପଡ଼ିଛି ।

ସୂଚନା ଯୋଗ୍ୟ ଯେ, ଗତ ୨୩ ତାରିଖ ଦିନ ଆଞ୍ଚଳିକ ହାଇସ୍କୁଲ ଉପରଝରରେ ଫୁଟ୍‌ବଲ୍‌ ଖେଲାଲୀ ଚୟନ ଶେଷ ହୋଇଥିବା ବେଳେ ଆସନ୍ତା ୩ତାରିଖ ଦିନ ଏହି କରୁଆଁଝର ହାଇସ୍କୁଲରେ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ବ୍ଲକ ଶିକ୍ଷା ଅଧିକାରୀ କୁମାରୀ ମମତା ମହାଡ଼ିକ କହିଛନ୍ତି ।

jayashree
Leave A Reply

Your email address will not be published.