oom

ପୋଖରୀରେ ଭାଷୁଛି ବୃଦ୍ଧଙ୍କ ଶବ

jsmm

ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ଼ ଟିକପାଲିରେ ପୋଖରୀରେ ଜଣେ ବୃଦ୍ଧଙ୍କ ମୃତଦେହ ଭାସୁଥିବା ଖବର ମିଳିଛି । ମୃତ ବୃଦ୍ଧ ଜଣକ ହେଉଛନ୍ତି ଟିକପାଲିର ବେଣୁ ବନଗୁଲା (୬୦) ବୋଲି ସୂଚନା ମିଳିଛି । ତେବେ ମୃତ ବେଣୁଙ୍କୁ କେହି ହତ୍ୟା କରିଛି ନା ବେଣୁ ନିଜେ ପଖୋରୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ତାହା ଅସ୍ପଷ୍ଟ ରହିଥିବା ବେଳେ ପାଟଣାଗଡ଼ ପୋଲିସ ଏବଂ ଅଗ୍‌ଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି । ପୋଷ୍ଟମାର୍ଟମ ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ଜଣାପଡିବ ବୋଲି ପାଟଣାଗଡ଼ ଆଇଆଇସି ଅନନ୍ତ ପଧାନ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.