ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସେପ୍ଟେମ୍ବର ୨୨ ହେଉଛି “ବିଶ୍ୱ ମୋଟର କାର ମୁକ୍ତ ଦିବସ” । ଏହି ଦିବସ ପାଳନର ଲକ୍ଷ୍ୟ ହେଲା ଜନସାଧାରଣଙ୍କ ଗମନାଗମନ ପାଇଁ ସାଇକେଲ ଚଲାଇବା ଏବଂ ପାଦରେ ଚାଲିବା ଇତ୍ୟାଦିକୁ ପ୍ରୋତ୍ସାହିତ କରିବା । ଚାକିରି କରୁଥିବା ସ୍ଥାନ ତଥା ବଜାର ନିକଟରେ ବାସ କରିବା ଏବଂ ପାଦରେ ଚାଲି ସକଳ କାର୍ଯ୍ୟ କରିବା ଭଳି ଜୀବନଶୈଳୀ ଅବଲମ୍ବନ କରିବା । ଅଧିକ ଇ-କାର୍ କିମ୍ବା ଅଣ-ଜୀବାଶ୍ମ ଇନ୍ଧନ ଚାଳିତ ପରିବହନ କିମ୍ବା ଚାଲିବା ଦ୍ଵାରା କାର୍ବନ ଫୁଟ୍ ପ୍ରିଣ୍ଟ ବା ଅଙ୍ଗାର ପଦଚିହ୍ନ କମ୍ ପଡିବ । ଗ୍ରୀନହାଉସ୍ ଗ୍ୟାସ୍ ବା ସବୁଜ ଗୃହ ବାଷ୍ପ ଅଧିକ ଜମା ହେବାର ଅର୍ଥ ହେଉଛି ବିଶ୍ୱ ତାପମାତ୍ରା ଏବଂ ଜଳବାୟୁ ପରିବର୍ତ୍ତନ ପ୍ରଭାବକୁ ବର୍ଦ୍ଧନ କରିବା । ସବୁଜ ଗ୍ରହ ପୃଥିବୀ ଏବଂ ସୁସ୍ଥ ଜୀବନ ପାଇଁ ଓ ପ୍ରକୃତିର ସୁରକ୍ଷା ଏବଂ ସରଂକ୍ଷଣ ନିମନ୍ତେ ଆଜିର ଦିବସ ଅବସରରେ ଆସନ୍ତୁ ସାଇକେଲ ଚଲାଇବା, ଚାଲିବା, ଯୋଗ କରିବା ଏବଂ ଆଧ୍ୟାତ୍ମିକ ଜୀବନ ଅତିବାହିତ କରିବା । ସୁଖୀ ରହିବା, ଅନ୍ୟକୁ ଖୁସି ଦେବା ସହ ରାଷ୍ଟ୍ରର ବିକାଶରେ ସହାୟକ ହେବା ବୋଲି ପ୍ରକୃତି ବନ୍ଧୁ ଦିଲ୍ଲୀପ କୁମାର ଧାଉଡ଼ିଆ ବାର୍ତ୍ତା ଦେଇଛନ୍ତି ।