ଦୀର୍ଘସ୍ଥାୟିତ୍ୱ ଏବଂ ସ୍ୱଚ୍ଛ ଶକ୍ତି ଦିଗରେ ଆମ ପ୍ରୟାସରେ ବିଶ୍ୱ ଜୈବ ଇନ୍ଧନ ମେଣ୍ଟ ଏକ ଐତିହାସିକ ମୁହୂର୍ତ୍ତ : ପ୍ରଧାନମନ୍ତ୍ରୀ

ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ଜୈବ ଇନ୍ଧନ ମେଣ୍ଟରେ ଯୋଗ ଦେଇଥିବା ସଦସ୍ୟ ରାଷ୍ଟ୍ରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଶ୍ୱ ଜୈବ ଇନ୍ଧନ ମେଣ୍ଟର ଶୁଭାରମ୍ଭ ଦୀର୍ଘସ୍ଥାୟିତ୍ୱ ଏବଂ ସ୍ୱଚ୍ଛ ଶକ୍ତି ଦିଗରେ ଆମ ପ୍ରୟାସରେ ଏକ ଐତିହାସିକ ମୁହୂର୍ତ୍ତ ବୋଲି ସେ ଗୁରୁତ୍ୱାରୋପ କରି କହିଥିଲେ ।
କେନ୍ଦ୍ର ପେଟ୍ରୋଲିୟମ ଏବଂ ଶକ୍ତି ମନ୍ତ୍ରୀ ହରଦୀପ ପୁରୀଙ୍କ ଦ୍ୱାରା ଏକ୍ସ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ ଶେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ;
ବିଶ୍ୱ ଜୈବ ଇନ୍ଧନ ମେଣ୍ଟର ଶୁଭାରମ୍ଭ ଦୀର୍ଘସ୍ଥାୟିତ୍ୱ ଏବଂ ସ୍ୱଚ୍ଛ ଶକ୍ତି ଦିଗରେ ଆମର ପ୍ରୟାସରେ ଏକ ଐତିହାସିକ ମୁହୂର୍ତ୍ତ ।
ଏହି ମେଣ୍ଟରେ ସାମିଲ ହୋଇଥିବା ସଦସ୍ୟ ରାଷ୍ଟ୍ରମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି ।

Leave A Reply

Your email address will not be published.