ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୯ ସେପ୍ଟେମ୍ବର 2023 ରେ ନୂଆଦିଲ୍ଲୀ ଠାରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଜାପାନର ପ୍ରଧାନମନ୍ତ୍ରୀ ମହାମହିମ ଫୁମିଓ କିଶିଦାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ ।

ଏହି ବୈଠକରେ ନେତାମାନେ ନିଜ ନିଜ ଜି-୨୦ ଏବଂ ଜି-୭ ସଭାପତିତ୍ବ ପାଇଁ ପ୍ରାଥମିକତା ଉପରେ ବିଶେଷ କରି ଦକ୍ଷିଣ ବିଶ୍ବର ଚିନ୍ତା ଏବଂ ଆକାଂକ୍ଷାକୁ ସାମ୍ନାକୁ ଆଣିବାରେ ଗଠନମୂଳକ ଆଲୋଚନାକୁ ସ୍ୱୀକାର କରିଥିଲେ ।

ଭିତ୍ତିଭୂମି ବିକାଶ, ବୈଷୟିକ ସହଯୋଗ, ପୁଞ୍ଜିନିବେଶ ଏବଂ ଶକ୍ତି ସମେତ ଭାରତ-ଜାପାନ ଦ୍ୱିପାକ୍ଷିକ ଭାଗିଦାରୀର ବିଭିନ୍ନ ଦିଗ ଉପରେ ଉଭୟ ନେତା ଆଲୋଚନା କରିଥିଲେ ।

ଉଭୟ ନେତା ଭାରତ-ଜାପାନ ସ୍ୱତନ୍ତ୍ର ରଣନୈତିକ ଏବଂ ବୈଶ୍ୱିକ ଭାଗିଦାରୀକୁ ଆହୁରି ଗଭୀର କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ ।

Leave A Reply

Your email address will not be published.