ବଲାଙ୍ଗିର, (କେପିଏନ୍ଏସ୍) : ‘ବିଶ୍ୱ ଆତ୍ମହତ୍ୟା ରୋକିବା ଦିବସ’ରେ ସୁଶ୍ରୀ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ର ଏବଂ ଭଗବତୀ ଶିକ୍ଷା ଚେରିଟେବୁଲ ଟ୍ରଷ୍ଟ ସଦାଇପାଲିର ସମ୍ପାଦକ ଡ. ନାରାୟଣ ପ୍ରସାଦ ମିଶ୍ରଙ୍କ ଆହ୍ୱାନକ୍ରମେ ସାଇଟ୍ ନର୍ସିଂ ମହାବିଦ୍ୟାଳୟ ଏବଂ ଭଗବତୀ କୌଶଲ୍ୟା ନର୍ସିଂ ବିଦ୍ୟାଳୟ, ସଦାଇପାଲିର ମିଳିତ ଆନୁକୂଲ୍ୟରେ ସାଇଟ୍ ନର୍ସିଂ ମହାବିଦ୍ୟାଳୟ ପରିସରରେ ‘କାର୍ଯ୍ୟକ୍ରମ ମାଧ୍ୟମରେ ଆଶାର ସୃଷ୍ଟି’ ଶିର୍ଷକ ଉପରେ ସୁବର୍ଣ୍ଣପୁର ଏବଂ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ନର୍ସିଂ ବିଦ୍ୟାଳୟ ଓ ମାହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଦିନିକିଆ ଆଲୋଚନାଚକ୍ର ଅୟୋଜିତ ହୋଇଯାଇଛି । ଏହି ଆଲୋଚନାଚକ୍ରର ମୁଖ୍ୟ ଉଦ୍ଦେଶ୍ୟ ହେଲା ସାମ୍ପ୍ରତିକ ପରିସ୍ଥିତିରେ ଆବଶ୍ୟକତାରୁ ଅଧିକ ଚାପ ପାଇଁ ଲୋକ ବିଭିନ୍ନ ସମୟରେ ନିଜର ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରୁଛନ୍ତି ଏଣୁ ଏ ବିଷୟରେ ସେମାନଙ୍କୁ ସଚେତନ କରି ଆତ୍ମହତ୍ୟାକୁ ରୋକିବା ଏବଂ ହ୍ରାସ କରିବା ଦିଗରେ ପଦକ୍ଷେପ ନେବା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ୱାଗତ ଭାଷଣ ଓ ପରିଚୟ ପ୍ରଦାନ କରିଥିଲେ ଶ୍ରୀମତୀ ଲୋପାମୁଦ୍ରା ମିଶ୍ର, ଅଧ୍ୟକ୍ଷା, ସାଇଟ୍ ନର୍ସିଂ ମହାବିଦ୍ୟାଳୟ ଏବଂ ପ୍ରାରମ୍ଭିକ ନୃତ୍ୟ ପ୍ରଦର୍ଶନ କରିଥିଲେ ସାଇଟ୍ ନର୍ସିଂ ମହାବିଦ୍ୟାଳୟର ଛାତ୍ରୀ ବୃନ୍ଦ । ଅଂଶଗ୍ରହଣକାରୀ ଛାତ୍ର/ଛାତ୍ରୀ ବୃନ୍ଦଙ୍କୁ ଶିର୍ଷକର ବିଭିନ୍ନ ଦିଗ ଯଥା ଏହାର ଉଦ୍ଦେଶ୍ୟ, ଚାପର ପରିଚାଳନା ଏବଂ ତାକୁ ରୋକିବା, ସଙ୍କଟ ମଧ୍ୟକ୍ଷେପ ଇତ୍ୟାଦି ବିଷୟ ଉପରେ ଆଲୋକପାତ କରିଥିଲେ ନିମନ୍ତ୍ରିତ ଅତିଥି ଡ. ଦୁଃଖିଶ୍ୟାମ ତ୍ରିପାଠୀ, କାର୍ଯ୍ୟକ୍ରମ ଅଧିକାରୀ, ଡି.ଏମ୍.ଏଚ୍.ପି, ସ୍ମୃତି ପ୍ରିୟାଦର୍ଶନୀ ଦଳାଇ, ସହକାରୀ ପ୍ରଧ୍ୟାପିକା, ଊକ୍ସରବଜ୍ଞଗ୍ଦ ଉଙଘ, ଭୁବନେଶ୍ୱର, ଶ୍ରୀମତୀ କେ. ଜୟଶ୍ରୀ, ଅଧ୍ୟକ୍ଷା, ବିକାସ ନର୍ସିଂ ମହାବିଦ୍ୟାଳୟ, ଭବାନିପାଟଣା ଏବଂ ଶ୍ରୀମତୀ ନେହା କୌର, ଅଧ୍ୟକ୍ଷା ବି.କେ.ସି.ଏନ୍., ସଦାଇପାଲି । କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ସାଇଟ୍ ନର୍ସିଂ ମହାବିଦ୍ୟାଳୟ, ସଦାଇପାଲି, ଭଗବତୀ କୌଶଲ୍ୟା ବିଦ୍ୟାଳୟ, ସଦାଇପାଲି, ବିଜୁ ପଟ୍ଟନାୟକ ନର୍ସିଂ ମହାବିଦ୍ୟାଳୟ, ସୁବର୍ଣ୍ଣପୁର ତଥା ବଲାଙ୍ଗିର ଜିଲ୍ଲାର ଅନ୍ୟାନ୍ୟ ନର୍ସିଂ ବିଦ୍ୟାଳୟର ଅଧ୍ୟକ୍ଷା, କର୍ମଚାରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ବୃନ୍ଦ । ଧନ୍ୟବାଦ ଅର୍ପଣ କରିଥିଲେ ଇଂ. ସନ୍ତୋଷ କୁମାର ବ୍ରହ୍ମା, ପ୍ରଶାସନିକ ଅଧିକାରୀ, ସାଇଟ୍ ନର୍ସିଂ ମହାବିଦ୍ୟାଳୟ । ଦ୍ୱିତୀୟ ପର୍ଯ୍ୟାୟରେ ବିଭିନ୍ନ ନର୍ସିଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ନୃତ୍ୟ ପ୍ରଦର୍ଶନ କରାଯାଇଥିଲା ଏବଂ କୃତି ପ୍ରତିଯୋଗୀମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା ।
Prev Post
Next Post