ବଲାଙ୍ଗିର, (କେପିଏନ୍ଏସ୍) : ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପାଣ୍ଠିର ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ବଲାଙ୍ଗିର ବ୍ଲକ ୨୨ ନଂ ଜୋନର ତୁଷୁରାବାହାଲ ପଞ୍ଚାୟତ ଡଙ୍ଗାଘାଟ, ଚୁଡାପାଲି, ଖୁଟପାଲି ପଞ୍ଚାୟତର ହର୍ଡାଟାଲ, ଝାଙ୍କରପାଲି ଡୁଡୁକାଶିରା, ଝାଙ୍କରପାଲି, କୁଟୁମ୍ବଡୁଲା, ଚନ୍ଦନଭାଟି ପଞ୍ଚାୟତର ଚନ୍ଦନଭାଟି, ବାଦିଘୋର, ସାଲେପାଲି, ମିର୍ଧାପାଲି ପଞ୍ଚାୟତର କଂଗାଁ, ଧୁବାଉଡାର, ଖଲିଆପାଲି ପଞ୍ଚାୟତର ଖଲିଆପାଲି, ଧମନାସର, ମନହୀରା ପଞ୍ଚାୟତର ମନହୀରା ଓ ଭଁଏସା, ସକମା ପଞ୍ଚାୟତର ସକମା ଓ କୁଟୁରାପାଲି ଗ୍ରାମଠାରେ ହାଉସିଂବୋର୍ଡ ଅଧକ୍ଷ ତଥା ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପାଣ୍ଠିର ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ଏଥିରେ ବଲାଙ୍ଗିର ବ୍ଲକ ଅଧ୍ୟକ୍ଷା ସରିତା ବାଗ, ବ୍ଲକ ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ହୋତା, ଜିଲ୍ଲା ପରିଷଦ ସଭ୍ୟା ଅନାମିକା ହୋତା, ସମିତି ସଭ୍ୟସଭ୍ୟା ଓ ସରପଞ୍ଚଙ୍କ ସମେତ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା, ରାଜ୍ୟ ଛାତ୍ର ସଂପାଦକ ଗୁଞ୍ଜ୍ ଖାନ, ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ସୁମନ କୁମାର ନନ୍ଦ, ବରିଷ୍ଠ ନେତା କୈଳାଶ ମହାନ୍ତି, ପ୍ରିୟବ୍ରତ ନାଥ, ଯୁବ ବ୍ଲକ ସଭାପତି ଆଶୀର୍ବାଦ ସାହୁ, ଯୁବ ଟାଉନ ସଭାପତି ମନୋଜ ଦୀପ, ପୂର୍ବତନ ବ୍ଲକ ଅଧକ୍ଷ ଗୋଲାପ ବାଗ, ବିଜୁ ଜନତା ଯୁବ ବରିଷ୍ଠ ନେତା ପ୍ରଦୁମ୍ନ ହୋତା, ବିଜୁ ଜନତା ଦଳର ବ୍ଲକ ସଭାପତି ନିହାର ରଞ୍ଜନ ସ୍ୱାଇଁ, ନାରୀ ନେତ୍ରୀ ଲିଲୀମା ପଟେଲ, ଅମୃତ ପଣ୍ଡା, ରାମଚନ୍ଦ୍ର ମୂର୍ମୁ, ତନ୍ମୟ ତାଣ୍ଡି ବିଜୁ ଜନତା ଦଳର ନେତାମାନେ ଉପସ୍ଥିତ ଥିଲେ ।
Next Post