jayashree

ହଜିଗଲା ମାନବିକତା : ନବଜାତକୁ ପାଇଖାନା ଭିତରେ ଛାଡି ଚାଲିଗଲା ମା’

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜିର ସମାଜରେ ହଜିଯାଉଛି ମାନବିକତା । କୁହାଯାଏ, ଜଗତରେ ସବୁ ହଜିଗଲେ ବି ମାତୃତ୍ୱ ସହିସଲାମତ୍‌ ରହିଥାଏ । କିନ୍ତୁ ଏଥିରେ ଆଜି ବ୍ୟତିକ୍ରମ ଦେଖିବାକୁ ମିଳିଛି । ମା’ର ସ୍ନେହ ଶ୍ରଦ୍ଧା ବାତ୍ସଲ୍ୟ ଆଜି ହଜିଗଲା ଭଳି ମନେ ହେଉଛି ଏହି ଘଟଣା ଦେଖିବା ପରେ । ଆଜି ସକାଳୁ ସକାଳୁ ଦେଖିବାକୁ ମିଳିଛି, ଭୀମ ଭୋଇ ହସ୍ପିଟାଲ ମହିଳା ମେଡ଼ିସିନ୍‌ ୱାର୍ଡରେ ଥିବା ଏକ ପାଇଖାନା ଭିତରେ ଜଣେ କଳଙ୍କିତ ମା’ ଏକ ଶିଶୁକୁ ଜନ୍ମ କରି ଛାଡି ଚାଲି ଯାଇଛି । ଶିଶୁଟି କାନ୍ଦୁ ଥିବାର ଶବ୍ଦ ଆସିବା ପରେ ପାଇଖାନା ଭିତରୁ କେହି ଜଣେ ସହୃଦୟବ୍ୟକ୍ତି ଯାଇ ଦେଖିଲା ବେଳକୁ ଏକ କଅଁଲିଆ ଶିଶୁ ପାଇଖାନା ଭିତରେ ପଡିଛି । ଏହି ଘଟଣାକୁ ନେଇ ଆଜି ସହରସାରା ସରଗରମ୍‌ ଚର୍ଚ୍ଚା ଲାଗି ରହିଛି । ସିସିଟିଭ ଫୁଟେଜ୍‌ ବାହାର କରି, ଯିଏ ବି ଏଭଳି କାମ କରିଛି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.