କ୍ରାଇମ୍‌ କେପିଟାଲ୍‌ରେ ପରିଣତ ହେଲାଣି ବଲାଙ୍ଗିର : କୋଶଲବାଦୀ ନେତା ପ୍ରମୋଦ କୁମାର ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କ୍ରାଇମ୍‌ କେପିଟାଲ୍‌ରେ ପରିଣତ ହେଲାଣି । ରାଜନୀତିକ ସମର୍ଥନ ପାଇ କ୍ରିମାନାଲ୍‌ମାନେ ନିଜର କାୟା ବିସ୍ତାର କରି ଚାଲିଥିବା ବେଳେ ସାରା ଓଡ଼ିଶାରେ ଆଜି ବଲାଙ୍ଗିର ମାଟିକୁ ନିନ୍ଦିତ ହେବାକୁ ପଡ଼ୁଛି । ଆଜି ପୂର୍ବାହ୍ନରେ ବଲାଙ୍ଗିର ସାମ୍ବାଦିକ ଭବନରେ ଏକ ସାମ୍ବାଦିକ ସମ୍ମିଳନୀର ଆହ୍ୱାନ କରି କୋଶଲବାଦୀ ନେତା ପ୍ରମୋଦ କୁମାର ମିଶ୍ର ବଲାଙ୍ଗିରର ଅପରାଧ ଉପରେ ଆଲୋକପାତ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ସବୁଠାରୁ ବଡ଼ ବଡ଼ ସ୍କାମ ସ୍କାଣ୍ଡାଲ୍‌ ସବୁ ବଲାଙ୍ଗିରରେ ଦେଖିବାକୁ ମିଳୁଛି । ବିଶେଷ କରି ବିଗତ ୧୦ ବର୍ଷ ମଧ୍ୟରେ ୫ ଶହ କୋଟି ଟଙ୍କାର ଜମି ମହା ଦୁର୍ନୀତି ହୋଇଛି ବଲାଙ୍ଗିରରେ ବୋଲି ସେ ଦୃଢ଼ତାର ସହ କହିଥିବା ବେଳେ ବଲାଙ୍ଗିରରେ ଦିନକୁ ଦିନ ବଢ଼ି ଚାଲିଥିବା ନିଶା କାରବାର ଓ ଅପରାଧକୁ ନେଇ ଶ୍ରୀ ମିଶ୍ର ଏହି ସାମ୍ବାଦିକ ସମ୍ମିଳନୀରେ ଆଲୋଚନା କରିଛନ୍ତି ।

Leave A Reply

Your email address will not be published.