oom

ଜୀବନବୀମା ଅଭିକର୍ତ୍ତା ସଂଘ ପକ୍ଷରୁ ଅଭିକର୍ତ୍ତା ଦିବସ ପାଳନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବୀମା ସପ୍ତାହ ପାଳନ ଅବସରରେ ଭାରତୀୟ ଜିବନ ବୀମା ନିଗମର ଶାଖା କାର୍ଯ୍ୟାଳୟ ଠାରେ ଅଭିକର୍ତ୍ତା ସଂଗଠନ ପକ୍ଷରୁ ଅଭିକର୍ତ୍ତା ଦିବସ ପାଳିତ ହୋଇଯାଇଛି । ସଂଗଠନର ଶାଖା ସଭାପତି ଅସୀମ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଶତାଧିକ ଅଭିକର୍ତ୍ତା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଏବଂ କେକ୍‌ କାଟିବା ସହିତ ମିଷ୍ଟାନ୍ନ ବଣ୍ଟନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସୁଦୁର ସିଙ୍ଗାପୁର ଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ଅଭିକର୍ତ୍ତା ବିଶ୍ୱ ସ୍ତରୀୟ ସମ୍ମିଳନୀରେ ଯୋଗଦାନ କରିଥିବା ବରିଷ୍ଠ ଅଭିକର୍ତ୍ତା ଲୋକନାଥ ମିଶ୍ର ଓ ପ୍ରଭାତ କୁମାର ଶ୍ରୀବାସ୍ତବଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଦିବସ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମରେ ସଂଗଠନର ଉପସଭାପତି ପ୍ରତାପ ସାହୁ, କାର୍ଯ୍ୟକାରୀ ସଭାପତି ରାମ ପ୍ରସାଦ ପାଣିଗ୍ରାହୀ, ସାଧାରଣ ସଂପାଦକ ସରୋଜ କୁମାର ଭୋଇ, କୋଷାଧ୍ୟକ୍ଷ ସାଧୁରାମ ପୃଷ୍ଟି, ଯୁଗ୍ମ ସଂପାଦକ ପ୍ରଭୁଦତ୍ତ ଦାଶ, ଶାଖା ସଂଯୋଜକ କୃତିବାସ କର୍ମୀ ପ୍ରମୁଖଙ୍କ ନେତୃତ୍ୱରେ ଅଭିକର୍ତ୍ତାମାନେ ଯୋଗଦାନ କରିଥିଲେ ।

jittmm
Leave A Reply

Your email address will not be published.