ଛତ୍ରପୁର ବ୍ରହ୍ମାକୁମାରୀ ସଂସ୍ଥାନ ପକ୍ଷରୁ ଜନ୍ମାଷ୍ଟମୀ ମହୋତ୍ସବ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୁରୁବାର ଛତ୍ରପୁରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଛତ୍ରପୁର ଶାଖା ଉପ-ସେବାକେନ୍ଦ୍ର ଶାନ୍ତି ଅନୁଭୂତି ଭବନ ଆନୁକୂଲ୍ୟରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହୋତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଭାରତୀୟ ତଟରକ୍ଷା ବାହିନୀ କମାଣ୍ଡିଙ୍ଗ ଅଫିସର (ଆଇ.ସି.) ଜି.ଏସ୍. ଆର୍ଯ୍ୟପଲ୍ଲୀ କମାଣ୍ଡେଣ୍ଟ ପ୍ରତୀପ ମୋଦକ, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ କମାଣ୍ଡେଣ୍ଟ ଧନଞ୍ଜୟ କୁମାର ମିଶ୍ର ଯୋଗ ଦେଇଥିଲେ । ମୁଖ୍ୟଅତିଥି ଶ୍ରୀ ମୋଦକ କହିଥିଲେ ଯେ, ଆଜି ସାରା ବିଶ୍ୱରେ ଯେଉଁ ଶ୍ରୀକୃଷ୍ଣ-ଜନ୍ମାଷ୍ଟମୀ ମହୋତ୍ସବ ପାଳନ କରାଯାଉଛି, ତାହା ଏକ ଭାରତବର୍ଷର ଆଧ୍ୟାତ୍ମିକ ବାତାବରଣର ସଦ୍ଭାବନା ସମ୍ମିଳନୀର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମ୍ଭାର ଅଟେ । କାରଣ ଶ୍ରୀକୃଷ୍ଣ ଯେତେବେଳେ ଏହି ଧରା ପୃଷ୍ଠରେ ଜନ୍ମ ନେଇଥିଲେ ତାଙ୍କରି ଜନ୍ମ ଦିନକୁ ସାରା ବିଶ୍ୱ ଆଜି ପର୍ଯ୍ୟନ୍ତ ବହୁ ଧୁମ୍‌ଧାମ୍‌ରେ ପାଳନ କରାଯାଇ ଆସୁଛି ବୋଲି କହିଥିଲେ । ସମ୍ମାନୀତ ଅତିଥି ମହୋଦୟ କହିଥିଲେ ଯେ ବ୍ରହ୍ମାକୁମାରୀ ସଂସ୍ଥାନ ପକ୍ଷରୁ ଯେଉଁ ଜନ୍ମାଷ୍ଟମୀ ମହୋତ୍ସବ ପାଳନ ହେଉଅଛି ତାହା ଅତି ସୁନ୍ଦର ଏବଂ ଅଲୌକିକ ଓ ନିଆରା ଅଟେ କାରଣ ଜନ୍ମାଷ୍ଟମୀ ଅର୍ଥ ଏହା ଅଟେ ସତ୍ୟଯୁଗରେ ଯେତେବେଳେ ଶ୍ରୀକୃଷ୍ଣ ଜନ୍ମ ଗ୍ରହଣ କରିବେ ତାଙ୍କର ଆଠ ପିଢି ଚାଲିଥାଏ । ତାହାର ଆଧ୍ୟାତ୍ମିକ ରହସ୍ୟ ଅନୁସାରେ ବ୍ରହ୍ମାକୁମାରୀ ସଂସ୍ଥାନ ପାଳନ କରିଥାଏ । ଶାନ୍ତି ଅନୁଭୂତି ଭବନ ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ବିଜୟ ଲକ୍ଷ୍ମୀ ଭଉଣୀ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହୋତ୍ସବର ଆଧ୍ୟାତ୍ମିକ ରହସ୍ୟ ଅତି ସୁନ୍ଦର ଭାବରେ ପରିପ୍ରକାଶ କରିଥିଲେ । ଯେତେବେଳେ ସ୍ଵୟମ୍‌ ପରମପିତା ଶିବ ପରମାତ୍ମା ଏହି ଧରା ପୃଷ୍ଠରେ ଧରା-ଅବତରଣ କରି ଯେଉଁ ସତ୍ୟ ଗୀତା ଜ୍ଞାନ ସହିତ ସହଜ ରାଜଯୋଗର ଶିକ୍ଷା ଦିଅନ୍ତି ସେହି ଶିକ୍ଷାକୁ ଯେଉଁମାନେ ଧାରଣ କରି ଚାଲନ୍ତି ସେହିମାନେ ଆଗାମୀ ସତ୍ୟଯୁଗୀ ଶ୍ରୀକୃଷ୍ଣ ପୁରୀରେ ଆଠ ଜନ୍ମ ପର୍ଯ୍ୟନ୍ତ ସୁଖ ଶାନ୍ତିରେ କାଳାତିପାତ କରିବେ । ଜନ୍ମାଷ୍ଟମୀ ମହୋତ୍ସବରେ ସହରର କୁନି କୁନି ପିଲାମାନେ ଶ୍ରୀକୃଷ୍ଣ, ନନ୍ଦ, ଯଶୋଦା ଗୋପ ଗୋପିକା ବେଶଭୂଷା ହୋଇଥିଲେ, ତାହା ସମସ୍ତଙ୍କ ମନମୁଗ୍ଧ କରାଇଥିଲା । ବ୍ରହ୍ମାକୁମାରୀ ତୃପ୍ତି ଭଉଣୀ, ମାମାଲି, ବର୍ଷା, ଶିବାନୀ ଅତି ସୁନ୍ଦର ଭାବରେ ଆଧ୍ୟାତ୍ମିକ ନୃତ୍ୟ ପରିବେଷଣ କରିଥିଲେ । ମଞ୍ଚ ପରିଚାଳନା ରାଜଯୋଗିନୀ ବ୍ରହ୍ମାକୁମାର ବାଳକୃଷ୍ଣ ଭାଇ କରିଥିବା ବେଳେ ରାଜଯୋଗୀ ବ୍ରହ୍ମାକୁମାର ରାଜେନ୍ଦ୍ର ଭାଇ ସୁନ୍ଦର ଆଧ୍ୟାତ୍ମିକ ସଙ୍ଗୀତ ପରିବେଷଣ କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଛତ୍ରପୁରର ଶତାଧିକ ଭଉଣୀ ଭାଇ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମକୁ ଭାଗ୍ୟ ଭଉଣୀ, ଦୀପା ଭଉଣୀ, ଗୋପାଳଭାଇ, ରଜନୀ ଭାଇ, କବିରାଜ ଭାଇ, କେଶବ ଭାଇ କୈଳାଶ ଭାଇ ସହଯୋଗ କରିଥିଲେ ।

Leave A Reply

Your email address will not be published.