ବ୍ଲକସ୍ତରୀୟ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଜାତୀୟ ଶିକ୍ଷା ନୀତି ୨୦୨୦ର ତୃତୀୟ ବର୍ଷ ପୂର୍ତ୍ତି ଅବସରରେ ବ୍ଲକସ୍ତରୀୟ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ତୁରେକେଲା ଉଚ୍ଚ ବିଦ୍ୟାଳୟର ସଭାଗୃହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ, ଜନପ୍ରତିନିଧି ଓ ଶିକ୍ଷକ ଶିକ୍ଷୟିତ୍ରୀ ସର୍ବ ପ୍ରଥମେ ପ୍ଲାକାର୍ଡ ଧରି ଜନ ସଚେତନତା ସ୍ଲେଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ । ତା’ପରେ ଅତିରିକ୍ତ ଶିକ୍ଷା ଅଧିକାରୀ ଫକିର ଚରଣ ବିଶିଙ୍କ ସଭାପତିତ୍ୱରେ ସରପଞ୍ଚ ଜଳନ୍ଧର ମହାକୁଡ ମୁଖ୍ୟ ଅତିଥି, ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଙ୍କର ନାଗ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ତୁରେକେଲା କ୍ଳଷ୍ଟର ସଂଯୋଜକ ବିରଂଚି ନାରାୟଣ ଦାଶ ସଭା ପରିଚାଳନା କରିଥିଲେ ଓ ଶିକ୍ଷକ ରାହୁଲ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଜନ ସାକ୍ଷରତାକୁ ଅଗ୍ରାଧିକାର ଦେବା ସହିତ ଶତ ପ୍ରତିଶତ ସାକ୍ଷର କରିବାକୁ ଶପଥ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜ୍ୟୋତି ବିକାଶ ବାରିକ, ନିବେଦିତା ଜେନା, ସୁଭଦ୍ରା ମେହେର, କୁନି ମହାରଣା, ଡମ୍ବରୁ ମେହେର, ରବୀନ୍ଦ୍ର ରଥ, ଦେବ ବଗର୍ତ୍ତୀ, ସୁରୁମଣି ମେହେର, ସୂର୍ଯ୍ୟରାମ ମାଝୀ, ପିତାମ୍ବର ଲୁହା ଆଦି ଯୋଗ ଦେଇଥିଲେ ।

Leave A Reply

Your email address will not be published.