ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନର ଜିଲ୍ଲା ସଭାପତି ସୁରେଶ ଭୋଇଙ୍କୁ ପଶ୍ଚିମ ଓଡିଶା କଲ୍ୟାଣ ମହାସଂଘର ଉପସଭାପତି ଭାବେ ଘୋଷଣା କରାଯାଇଛି । ସମ୍ବଲପୁର ସ୍ଥିତ ଭୀମ ଭୋଇ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ବୈଠକରେ ପଶ୍ଚିମ ଓଡିଶା କଲ୍ୟାଣ ମହାସଂଘର ସଭାପତି ପ୍ରଶାନ୍ତ ହୋ ଏବଂ ମହାସଚିବ ଶ୍ୟାମ ମୁଣ୍ଡା ଘୋଷଣା କରିଥିଲେ । ଆଦିବାସୀମାନଙ୍କର ବିକାଶ, ହକ ଅଧିକାର, ପ୍ରଥା ପରମ୍ପରାକୁ ବଜାୟ ରଖିବା ପାଇଁ ନୂତନ ଉପସଭାପତି ସଂକଳ୍ପ ନେଇଥିଲେ । ଏହି ସମୟରେ ବଲାଙ୍ଗିର ଜିଲ୍ଲାର ସଂଯୋଜକ ଯଥା ବିଶ୍ୱାଳ, ସମ୍ପାଦକ ପୁରୁଷୋତମ ଧରୁଆ, ଜଗଦିଶ ସିଂ ଭୋଇ, ମୟ ପ୍ରଧାନୀଙ୍କ ସହ ସମାଜର ବିଭିନ୍ନ ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ । ଶ୍ରୀ ଭୋଇଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ସ୍ୱାଗତ କରାଯାଉଛି ।