oom

ପ୍ରଭାକର ରଥଙ୍କ ଜନ୍ମ ଶତ ବାର୍ଷିକୀରେ ବିଦ୍ୱାନ ବ୍ରଜବିହାରୀଙ୍କ ସ୍ମାରକୀ ବକ୍ତୃତା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୂର୍ବାହ୍ନରେ ଲିଟେରେରୀ ଏଣ୍ଡ ସୋସିଆଲ କ୍ଲବର ସଭାକକ୍ଷରେ ବାଧିତ ଜନ ବନ୍ଧୁ ପ୍ରଭାକର ରଥ ଜନ୍ମ ଶତବାର୍ଷିକୀ ସମିତି ତରଫରୁ ବିଶିଷ୍ଟ ବିଦ୍ୱାନ ବ୍ରଜବିହାରୀଙ୍କ ସ୍ମାରକୀ ବକ୍ତୃତା ଉପସଭାପତି ଅରୁଣ ଖୁଆସ ଓ ସଂପାଦକ ମଧୁ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟବକ୍ତା ସାହିତ୍ୟିକ ସନ୍ଦୀପ କୁମାର କୁଅଁର ଯୋଗ ଦେଇ ବ୍ରଜବିହାରୀ ଲେଖନୀରେ ସମାଜିକ ଜୀବନରର ସଂସ୍କାର ଉପରେ ତଥା ଲେଖକର ଅସହାୟତା ବିଷୟବସ୍ତୁ ଉପରେ ସାରଗର୍ଭକ ମତାମତ ଉପସ୍ଥାପନ କରି କହିଥିଲେ, ଲେଖକ ନିଜର ସ୍ୱଚ୍ଛ ମନରେ ଯାହା ବ୍ୟକ୍ତ କରିବାକୁ ·ହୁଁଛନ୍ତି ତାହା ଲେଖନ୍ତୁ । ସେହି ଲେଖାର ପାଠକ ଆଜି ନ ହେଲେ କାଲି ମିଳିଯିବେ । ସଭା ଆରମ୍ଭରୁ ସୁନାଧର ବନଛୋର ଅତିଥି ପରିଚୟ ପ୍ରଦାନ କରିଥିଲେ । ବ୍ରଜବିହାରୀ ଓ ପ୍ରଭାକର ରଥଙ୍କ ଫଟୋକୃତିରେ ମାଲ୍ୟାର୍ପଣ ସମୟରେ ପଣ୍ଡିତ ବ୍ରଜବିହାରୀ ତ୍ରିପାଠୀ ବେଦ ପଠନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରଶାନ୍ତ ଷଡଙ୍ଗୀ, ପ୍ରଦୀପ ପଶାୟତ, ରତ୍ନମୟ ତ୍ରିପାଠୀ, ମାଳତି ଉଦ୍‌ଗାତା, କସ୍ତୁରୀ ରଥ, କବିତା ମିଶ୍ର, ଅନୁପ୍ରିୟା ମିଶ୍ର, ଜ୍ୟୋତିରାଣୀ ମିଶ୍ର ଓ ମଦନ ମୋହନ ରଥ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଚୁଡେନ୍ଦ୍ର କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.