ବିଇଡି କଲେଜରେ ଗଙ୍ଗାଧର ଜୟନ୍ତୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୧ତମ ଜୟନ୍ତୀ ସ୍ଥାନୀୟ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ପାଳିତ ହୋଇଯାଇଛି । ଓଡ଼ିଆ ସାହିତ୍ୟକୁ ଗଙ୍ଗାଧର ମେହେରଙ୍କ ଅବଦାନ, ତାଙ୍କ ସାହିତ୍ୟର ବିଶେଷତ୍ଵ ଓ ଆଦର୍ଶ ସମ୍ପର୍କରେ ଏହି ସଭାରେ ଆଲୋଚିତ ହୋଇଥିଲା । ସଭାର ପ୍ରାରମ୍ଭରେ ଛାତ୍ର ସୁମନ୍ତ, ବୃହସ୍ପତି ଓ ଛାତ୍ରୀ ହରିପ୍ରିୟା, ଶ୍ୱେତା, ବିଶ୍ୱରୁପା ଓ ଶ୍ୱେତାମ୍ବରୀଙ୍କ ଦ୍ୱାରା ଗଙ୍ଗାଧରଙ୍କ ରଚିତ ‘ମଳୟ ଆବାହନ’ ଗୀତ ପରିବେଷିତ ହୋଇଥିଲା । କବିଙ୍କ ବ୍ୟକ୍ତିତ୍ଵ ଓ ସାହିତ୍ୟିକ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଅଧ୍ୟକ୍ଷ ଅନନ୍ତ କୁମାର ନାଏକ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ । ମୁଖ୍ୟ ଅତିଥି ଭାବରେ ଜି.ଏମ୍ ଇୟୁନିଭର୍ସିଟିର ଭୀମ ଭୋଇ ଚେୟାରର ପ୍ରାକ୍ତନ ପ୍ରଫେସର ତଥା ଓଡ଼ିଆ ସାହିତ୍ୟର ଗବେଷକ ଓ ଆଲୋଚକ ଡ. ସନ୍ତୋଷ କୁମାର ରଥ ଯୋଗଦେଇ ଗଙ୍ଗାଧରଙ୍କ ନମ୍ର ତଥା ସ୍ଵାଭିମାନୀ ବ୍ୟକ୍ତିତ୍ଵ ଓ ସାହିତ୍ୟରେ ତା’ର ପ୍ରତିଫଳନ ସମ୍ପର୍କରେ ଆଲୋଚନା କରିଥିଲେ । ସ୍ୱଭାବ କବିଙ୍କ ସାହିତ୍ୟର ଉତ୍କର୍ଷତା ଓ ବିଭିନ୍ନ ଦିଗ ସମ୍ପର୍କରେ ଓଡ଼ିଆ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଜିତେନ୍ଦ୍ରୀୟ ତ୍ରିପାଠୀ ବକ୍ତବ୍ୟ ରଖିଥିଲେ । ମୀନକେତନ, ପୁଣ୍ୟଶ୍ରୀ, ଅନୀଲ, ପ୍ରିୟଙ୍କା ଓ ସୁନୀଲ ପ୍ରମୁଖ ଛାତ୍ରଛାତ୍ରୀ ନିଜନିଜ ମତ ଉପସ୍ଥାପନ କରିଥିଲେ । ସହକାରୀ ପ୍ରଫେସର ଡ. ଅଜିତ ପ୍ରଧାନ ସଭା ପରିଚାଳନା କରିଥିବା ବେଳେ ଡ. ନିବେଦିତା ସାହୁ ଅତିଥି ପରିଚୟ ଓ ସତ୍ୟଜିତ ଅପାଟ ଧନ୍ୟବାଦ ଅର୍ପଣ କରିଥିଲେ । ଡ. ଲଳିତ ପାତ୍ର, ଡ. ସଂଜୀବ ତ୍ରିପାଠୀ, ଡ. ସୁଧିର ସାହୁ, ଭାସ୍କର ମାଝୀ, ରଶ୍ମିତା ସେନାପତି ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.