୨୫ ବର୍ଷ ପୂର୍ତ୍ତି ରୌପ୍ୟ ଜୟନ୍ତୀ ଅବସରରେ ଏକଦିବସୀୟ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଏ.ବି.ସି.ଡି ପଦ୍ମପୁରର ଆନୂକୂଲ୍ୟରେ ନୂଆଁଖାଇ ଭେଟ୍‌ଘାଟ୍‌ ୨୫ ରୌପ୍ୟ ଜୟନ୍ତୀ ଉପଲକ୍ଷେ ବ୍ଳକସ୍ତରୀୟ ଏକ ଦିବସୀୟ ଗ୍ରାମୀଣ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଆର ବି ହାଇସ୍କୁଲ ଖେଳ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ସହରର ଡ଼କ୍ଟର ପ୍ରଭାତ ନାରାୟଣ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ପ୍ରଥମ ମ୍ୟାଚ ପଦ୍ମପୁର ଓ ସମ୍ବଲପୁରୀ ଟିମ୍‌ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରିତମ୍‌ ଭୋଇ ମ୍ୟାନ ଅଫ ଦି ମ୍ୟାଚ ଭାବେ ବିବେଚିତ ହୋଇଥିବା ପଦ୍ମପୁରକୁ ସମ୍ବଲପୁରୀ ଦଳ ଗୋଟିଏ ଗୋଲ ଦେଇ ବିଜୟୀ ହୋଇଥିଲେ । ଟୁର୍ଣ୍ଣାମେଣ୍ଟରେ ଏବିସିଡି କ୍ଳବର କର୍ମକର୍ତ୍ତା ସଦସ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.