ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚମାର ମେହେର ଉଚ୍ଚ ବିଦ୍ୟାଳୟଠାରେ ଦୁଇ ଦିନ ଧରି ଆଲୋଚନାଚକ୍ର ସଂଗଠିତ ହୋଇଥିଲା । ଉକ୍ତ ଆଲୋଚନାରେ ବଙ୍ଗୋମୁଣ୍ଡା ବ୍ଲକ ଓ ମୁରିବାହାଲ ବ୍ଲକ ସମସ୍ତ ବିଜ୍ଞାନ ଶିକ୍ଷକ ଯୋଗ ଦେଇଥିଲେ । ୪୨ଜଣ ପୂର୍ଣ୍ଣ କ୍ଷମତାରେ ଶିବିରଟି ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସ୍ଥାନୀୟ ଚମାର ମେହେର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଙ୍କଜ ମେହେର ଉଦ୍ଘାଟନ କରିଥିଲେ । ଗୁଡିଘାଟ ହାଇସ୍କୁଲ ସହକାରୀ ଶିକ୍ଷକ ରମେଶ ପ୍ରସାଦ ସାହୁ ଓ ସିନ୍ଧେକେଲା ପଲ୍ଲୀଶ୍ରୀ ଉଚ୍ଚ ବିଦ୍ୟାଳୟ ଆରପି ହିମାଂଶୁ ଶେଖର ସେନାପତି ଜିଜ୍ଞାସା ସମ୍ବନ୍ଧୀୟ ଆଲୋଚନା କରିଥିଲେ । ପ୍ରଥମ ଦିବସରେ ବଙ୍ଗୋମୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ବୈକୁଣ୍ଠ ନାଥ ଶବର, ଏବିଇଓ ଅରୁଣ କୁମାର ଯୋଶୀ ଉପସ୍ଥିତ ରହି ତଦାରଖ କରିଥିଲେ ।
Prev Post