oom

ଲୋଇସିଂହା ଶିବମନ୍ଦିର ପୁନଃଉଦ୍ଧାର ତଥା କୁମ୍ଭାରପଡାକୁ ପାନୀୟ ଜଳଯୋଗାଣ ପ୍ରକଳ୍ପର ଶିଳାନ୍ୟାସ

jsmm

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବସ୍ତିରେ ଥିବା ଶିବ ମନ୍ଦିରର ପୁନଃଉଦ୍ଧାର ଏବଂ ସ୍ଥାନୀୟ କୁମ୍ଭାରପଡାକୁ ପାଇପ ଯୋଗେ ପାନୀୟ ଜଳଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଯୋଜନା ଏବଂ ଜିଲ୍ଲା ପରିଷଦ ପାଣ୍ଠିରୁ ଶିବମନ୍ଦିର ପାଇଁ ୪ ଲକ୍ଷ ଏବଂ ପାନୀୟ ଜଳ ପ୍ରକଳ୍ପ ପାଇଁ ୪ ଲକ୍ଷ ୪୦ ହଜାର ଟଙ୍କା ଯୋଗାଇ ଦିଆଯାଇଥିବା ଜଣାଯାଇଛି । ଏହି ଉଭୟ ପ୍ରକଳ୍ପର ଅନୁଦାନ ପାଇଁ ଶୁଭ ଦେବା ସମୟରେ ବିଜେଡି ରାଜ୍ୟ ପରିଷଦ ସଭ୍ୟ ନିହାର ରଞ୍ଜନ ବେହେରା, ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ଜିଲ୍ଲା ପରିଷଦ ସଭ୍ୟ ଲିଲିମା ବେହେରା, ସମିତି ସଭ୍ୟ ସୁଶୀଲ ପାଣ୍ଡେ, ହୃଦୟାନନ୍ଦ ବେହେରା, ସୁଧୀର ଦାନୀ, ଅଭିଷେକ ଅଗ୍ରୱାଲ, ନଜୁ ଖାନ ତଥା ପଡ଼ା ବାସିନ୍ଦା ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.